ଓଡିଶା

odisha

By

Published : Jun 20, 2020, 7:46 PM IST

ETV Bharat / videos

ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ୟାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି

ପୁରୀ: ସୁଶାନ୍ତ ସିଂ ରାଜପୁତଙ୍କୁ ସ୍ୟାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି । ବଲିଉଡ ଯୁବ ଉଦୟମାନ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସାରା ଦେଶବାସୀ ଙ୍କୁ ସ୍ତବ୍ଧ କରିଦେଇଛି । ତାଙ୍କର ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି । ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ ୟଙ୍ଗ ସେନସେସନ ଅଭିନେତା ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ 'ଅନୋଟୋଲ୍ଡ ଷ୍ଟୋରୀ ଅଫ ଏମ ଏସ ଧୋନୀ' ଫିଲ୍ମର ନାୟକ ସୁଶାନ୍ତ ଆତ୍ମହତ୍ୟା କରି ସାରା ବଲିଉଡ ଜଗତକୁ ଶୋକର ସାଗରରେ ବୁଡାଇଛନ୍ତି । ତେବେ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ବାଲୁକା ଶିଳ୍ପୀ ମାନସ ସାହୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୁଶାନ୍ତ ତାଙ୍କର ପ୍ରଶଂସକଙ୍କ ମହଲରେ ସବୁ ଦିନ ମନେ ରହିବେ ବୋଲି ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।

ABOUT THE AUTHOR

...view details