ୟୁଟ୍ୟୁବରେ 1 ବିଲିଅନ ଟପିଲା ନୋରାଙ୍କ ଦିଲବର ଗୀତ - ୟୁଟ୍ୟୁବରେ 1 ବିଲିୟନ ଟପିଲା ନୋରାଙ୍କ ଦିଲବର ଗୀତ
ମୁମ୍ବାଇ: ଫେମସ ବେଲି ଡାନ୍ସର ନୋରା ଫତେହି ବର୍ତ୍ତମାନ ବଲିଉଡର ଲୋକପ୍ରିୟ ଆଇଟମ ଗାର୍ଲ ସାଜିଛନ୍ତି । ଏବେ ନୋରାଙ୍କ ଦିଲବର ଗୀତରେ ତାଙ୍କ ଡ୍ୟାନ୍ସ ସମସ୍ତ ରେକର୍ଡ ଭାଙ୍ଗି ୟୁଟ୍ୟୁବରେ 1 ବିଲିୟନ ମାର୍କ ଛୁଇଁଛି । ଏହି ସଫଳତା ହାସଲ କରିବାରେ ନୋରା ହେଉଛନ୍ତି ପ୍ରଥମ ଆଫ୍ରିକୀୟ ଆରବୀୟ ମହିଳା କଳାକାର । ଦିଲବର ବ୍ୟତୀତ ନୋରା ବଲିଉଡ ଇଣ୍ଡଷ୍ଟ୍ରିରେ ଗର୍ମି, ହେ ସାକି ସାକି, ଏକ ତୋ କମ ଜିନ୍ଦେଗାନି ସମେତ ଅନେକ ହିଟ୍ ଗୀତରେ ଡ୍ୟାନ୍ସ କରିଛନ୍ତି। ଆଗାମୀ ଚଳଚ୍ଚିତ୍ର ନୋରାଙ୍କୁ ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆରେ ଦେଖିବାକୁ ମିଳିବ।