ବଲିଉଡରେ ଅନୁପମଙ୍କ 37 ବର୍ଷ, ଯୁବାବସ୍ଥାରେ ମିଳିଥିଲା ବାପାଙ୍କ ରୋଲ - anupam kher latest news
ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ଆଜି( ମେ 25) ବଲିଉଡରେ 37 ବର୍ଷର ଯାତ୍ରା ପୂରଣ କରିଛନ୍ତି । ଏହି ବିଶେଷ ଅବସରରେ ଅଭିନେତା ସୋସିଆଲ ମିଡିଆ ଜରିଆରେ ତାଙ୍କର ଡେବ୍ୟୁ ଫିଲ୍ମ 'ସାରାଂଶ' ବିଷୟରେ ଆଲୋଚନା କରି ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି। ଯେଉଁଥିରେ ମାତ୍ର 28 ବର୍ଷ ବୟସରେ 65 ବର୍ଷିୟ ବୃଦ୍ଧ ପିତା ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ କିଣିଥିଲେ ଅନୁପମ । ତାଙ୍କର ଏହି ଫିଲ୍ମକୁ ସମାନ୍ତରାଳ ସିନେମାରେ ଏକ ଉଦାହରଣ ଭାବରେ ବିବେଚନା କରାଯାଏ । ସେହିପରି ଏହି ଫିଲ୍ମ ବେଶ୍ ଲୋକପ୍ରିୟ ମଧ୍ୟ ହୋଇଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ