Good Video: ଦରଘାରେ ପାଳିତ ହେଉଛି ହିନ୍ଦୁ ପର୍ବ ଉଗାଦି, ୩୫୫ ବର୍ଷ ଧରି ଚାଲିଆସୁଛି ପରମ୍ପରା - ଆନ୍ଧ୍ରପ୍ରଦେଶରେ ଉଗାଦି ପାଳୁଛନ୍ତି ମୁସଲିମ
ଅମରାବତୀ: ଭାରତ ହେଉଛି ଅଖଣ୍ଡତାର ଦେଶ । ଏଠାରେ ହିନ୍ଦୁ ମୁସଲିମ ସଭିଏଁ ଭାଇ ଭାଇ । ଦେଶରେ ଅନେକ ସ୍ଥାନ ରହିଛି ଯେଉଁଠି ଉଭୟ ଧର୍ମର ପର୍ବକୁ ଧୁମଧାମରେ ହିନ୍ଦୁ ମୁସଲିମ ପାଳନ କରିଥାନ୍ତି । ନଥାଏ ବାଛ ବିଚାର । ଏପରି ଏକ ସ୍ଥାନ ରହିଛି ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର କୌଥାଲାମ ମଣ୍ଡଳ ସେଣ୍ଟର ନିକଟ ଲିଙ୍ଗ ସ୍ବାମୀ ଦର୍ଘାରେ । ଯେଉଁଠି ପ୍ରାୟ ୩୫୫ ବର୍ଷ ତଳୁ ପାଳନ ହୋଇ ଆସୁଛି ହିନ୍ଦୁ ପର୍ବ ଉଗାଦି । ପର୍ବ ଅବସରରେ ଏଠାରେ ଏହାର ମହତ୍ତ୍ବ ସମ୍ପର୍କରେ ମଧ୍ୟ ପୂଜାରୀ ବୁଝାଇ ଆସୁଛନ୍ତି । ସବୁଠୁ ଖାସ କଥା ହେଉଛି ଏଥିରେ ଅନେକ ମୁସଲିମ ଭାଇ ଭଉଣୀ ସାମିଲ ହେଉଛନ୍ତି । ଏହି ହିନ୍ଦୁ ପର୍ବର ମହତ୍ତ୍ବ ସମ୍ପର୍କରେ ସେମାନେ ଅତି ଧ୍ୟାନର ସହିତ ଶୁଣି ଆସୁଛନ୍ତି । ଏହି ପର୍ବକୁ ତୁଳା ଚାଷ ଓ ବର୍ଷା ହେବା ପାଇଁ ପ୍ରାର୍ଥନା କରାଯାଏ ।
Last Updated : Feb 3, 2023, 8:21 PM IST