ଓଡିଶା

odisha

ETV Bharat / videos

ଗଣତନ୍ତ୍ର ମହାନ ପର୍ବରେ ସାମିଲ ହେଲେ ନେତା - ପୌର ଲଢେଇ ୨୦୨୨

By

Published : Mar 24, 2022, 1:30 PM IST

Updated : Feb 3, 2023, 8:20 PM IST

ଭବାନୀପାଟଣା: ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନ ଭୋଟ ଗ୍ରହଣ । କଳାହାଣ୍ଡି ପୌର ଲଢେଇ ପାଇଁ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ନେତା । ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜର ମତ ସାବ୍ୟସ୍ତ କରିଛନ୍ତି ନେତା ଓ ମନ୍ତ୍ରୀ । ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡରେ ନିଜ ମତ ସାବ୍ୟସ୍ତ କରିଛନ୍ତି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେହିପରି ଭବାନୀପାଟଣା ସହରର 17 ନମ୍ବର ୱାର୍ଡରେରେ ଥିବା ବୁଥରେ ପରିବାର ସହ ଆସି ଭୋଟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ଏହାସହ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ମଧ୍ୟ ନିଜ ୱାର୍ଡରେ ମତଦାନ କରିଥିବା ବେଳେ ସହରର ୬ ନମ୍ବର ୱାର୍ଡକୁ ଯାଇ ମତଦାନରେ ସାମିଲ ହୋଇଛନ୍ତି ନର୍ଲା ବିଧାୟକ ଭୁପିନ୍ଦର ସିଂ। କଳାହାଣ୍ଡିରୁ ଅଜିତ୍ କୁମାର ସିଂ,ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details