ଓଡିଶା

odisha

By

Published : Feb 18, 2022, 7:35 PM IST

Updated : Feb 3, 2023, 8:17 PM IST

ETV Bharat / videos

ଖୋର୍ଦ୍ଧାରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ, ଷ୍ଟ୍ରଙ୍ଗ ରୁମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଖୋର୍ଦ୍ଧା: ସରିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଭୋଟରମାନେ ନିଜ ନିଜ ନେତାଙ୍କୁ ଭୋଟ ମାଧ୍ୟମରେ ଚୟନ କରିଛନ୍ତି । ଆଉ ଏବେ ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଜି(ଶୁକ୍ରବାର) ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଏବଂ ବାଣପୁର ବ୍ଲକରେ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ବେଗୁନିଆରେ 79 ପ୍ରତିଶତ ଏବଂ ବାଣପୁରରେ 71 ପ୍ରତିଶତ ମତଦାନ ହୋଇଛି । ସେହିପରି ଭୋଟବାକ୍ସକୁ ବୁଥରୁ ଆଣି ନିର୍ଦ୍ଧାରିତ ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ଭିତରେ ରଖାଯାଇଛି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details