ଓଡିଶା

odisha

Holi 2022: ବାଲୁକା କଳାରେ ହୋଲି ଶୁଭେଚ୍ଛା

By

Published : Mar 18, 2022, 7:35 AM IST

Updated : Feb 3, 2023, 8:20 PM IST

ପୁରୀ: ଆଜି ରଙ୍ଗର ପର୍ବ ହୋଲି । ଅବିର ଓ ରଙ୍ଗ ପିଚକାରୀରେ ହୋଲି ଖେଳିବେ ଲୋକେ । ରଙ୍ଗର ଏହି ପର୍ବ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ଖେଳ । ତେଣୁ ହୋଲି ଅବସରରେ ରାଧାକୃଷ୍ଣଙ୍କ ହୋଲି ଖେଳର ଦୃଶ୍ୟକୁ ଓଡିଶୀ ଶୈଳୀର ଆର୍ଟ ଫର୍ମରେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହି ବାଲୁକା କଳାଟି 15 ଫୁଟ ଓସାର ବିଶିଷ୍ଟ ଏବଂ ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ 7 ଘଣ୍ଟା ସମୟ ଲାଗିଥିଲା । ଏଥିରେ ମୋଟ ୧୫ ଟନ୍ ବାଲି ବ୍ୟବହାର କରାଯାଇଛି । ବାଲୁକା ଶିଳ୍ପୀ ନିଜ ବାଲୁକ କଳା ଜରିଆରେ Happy Safe Holiର ବାର୍ତ୍ତା ଦେଇଛନ୍ତି । ପ୍ରାକୃତିକ ରଙ୍ଗ ବ୍ୟବହାର କରି ଓ କୋଭିଡ ନିୟମ ମାନି ପର୍ବ ପାଳନ ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details