ଓଡିଶା

odisha

By

Published : Mar 26, 2022, 3:36 PM IST

Updated : Feb 3, 2023, 8:21 PM IST

ETV Bharat / videos

BeMC Mayor: ବିଦ୍ୟୁତ-ସ୍ବାସ୍ଥ୍ୟ-ଜଳ ପ୍ରଥମ ଫୋକସ ରହିବ କହିଲେ ସଙ୍ଘମିତ୍ରା

ବ୍ରହ୍ମପୁର: ରେଶମ ସହର ମେୟର ଆସନ ଦଖଲ କଲା ବିଜେଡି । ବିଜୟୀ ହୋଇଛନ୍ତି ବିଜେଡି ମେୟର ପ୍ରାର୍ଥୀ ସଙ୍ଘମିତ୍ରା ଦଳେଇ । ବିଜେଡି ପ୍ରାର୍ଥୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିଜର ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସେବାକାର୍ଯ୍ୟ, ଲୋକପ୍ରିୟତା ଯୋଗୁଁ ସେ ବିଜୟିନୀ ହୋଇଥିବା କହିଛନ୍ତି । ମହାନଗର ନିଗମରେ ସମସ୍ତ ବିକାଶମୂଳକ କାର୍ଯ୍ୟକୁ ଶେଷ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ରହିବ ବୋଲି ସେ କହିଛନ୍ତି । ବିଦ୍ୟୁତ, ସ୍ବାସ୍ଥ୍ୟ, ଜଳ ଓ ସୌନ୍ଦର୍ଯ୍ୟକରଣ ତାଙ୍କର ଅନ୍ୟ ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି । ସେ ବିଜୟିନୀ ହେବା ପରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:21 PM IST

ABOUT THE AUTHOR

...view details