Vote Counting: ଶନିବାର ପଞ୍ଚାୟତ ପରୀକ୍ଷାଫଳ, ରାୟଗଡା ପ୍ରଶାସନର ପ୍ରସ୍ତୁତି ଶେଷ - ପଞ୍ଚାୟତ ନିର୍ବାଚନ ଫଳାଫଳ
ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆସନ୍ତାକାଲି (ଶନିବାର) ଠାରୁ ଫଳାଫଳ ଘୋଷାଣ ହେବ । ଏଥିପାଇଁ ପ୍ରଶାସନର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଜିଲ୍ଲାରେ ଜିଲ୍ଲା ପରିଷଦ ଜୋନ ୱାରି ଭୋଟ ଗଣନା ହେବ । ପ୍ରଥମ ଦିନ ଜିଲ୍ଲା ପରିଷଦ କ ଜୋନ, ଦ୍ବିତୀୟ ଦିନ ଖ ଜୋନ ଏବଂ ତୃତୀୟ ଦିନ ଗ ଜୋନର ଭୋଟ ଗଣତି ହେବ । ଏହି କ୍ରମରେ ପ୍ରଥମେ ୱାର୍ଡ ମେମ୍ବର, ସରପଞ୍ଚ, ସମିତିସଭ୍ୟ ଏବଂ ଶେଷରେ ଜିଲ୍ଲାପରିଷଦ ଆସନ ପାଇଁ ଭୋଟ ଗଣତି ହେବ । ୱାର୍ଡ ମେମ୍ବର ଏବଂ ସରପଞ୍ଚ ଘୋଷଣା ବ୍ଲକ ସ୍ତରରେ ହେବାକୁ ଥିବାବେଳେ ସମିତିସଭ୍ୟଙ୍କ ଘୋଷଣା ଜିଲ୍ଲା ସ୍ତରରେ ଜିଲ୍ଲାପାଳ କରିବେ । ସେହିପରି ଜିଲ୍ଲା ପରିଷଦର ଫଳାଫଳ ରାଜ୍ୟ ନିର୍ବାଚନ କମିଶନର କରିବେ ବୋଲି ସୂଚନା ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର । ଏନେଇ ରାୟଗଡା ଜିଲ୍ଲା ପରିଷଦ ଜୋନର ରିଟର୍ଣ୍ଣିଂ ଅଫିସର ତଥା ରାୟଗଡା ବିଡିଓ ଲକ୍ଷ୍ମୀନାରାୟଣ ସାବତଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ରାୟଗଡା ସମ୍ବାଦଦାତା । ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST