ଓଡିଶା

odisha

ETV Bharat / videos

ଅନ୍ତର୍ଜାତୀୟ ଥାଇ ବକ୍ସିଂରେ ଟାଇଟଲ ବେଲ୍ଟ ବିଜେତାଙ୍କୁ ସମ୍ବର୍ଦ୍ଧନା - ଅନ୍ତର୍ଜାତୀୟ ଥାଇ ବକ୍ସିଂରେ ଟାଇଟଲ ବେଲ୍ଟ ପ୍ରତିଯୋଗିତା

By

Published : Apr 6, 2022, 9:49 PM IST

Updated : Feb 3, 2023, 8:22 PM IST

ଯାଜପୁର: ଅନ୍ତର୍ଜାତୀୟ ଥାଇ ବକ୍ସିଂରେ ଟାଇଟଲ ବେଲ୍ଟ ବିଜେତା ପ୍ରୀତିରଞ୍ଜନଙ୍କୁ ସମ୍ବର୍ଦ୍ଧନା । ବ୍ୟାସନଗର ସ୍ଥିତ ଖୋସାଲପୁର ଗ୍ରାମବାସୀଙ୍କ ଦ୍ବାରା ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଖୋସାଲପୁର ଗାଁର ପ୍ରମୋଦ କୁମାର ମହାପାତ୍ରଙ୍କ ପୁଅ ପ୍ରୀତିରଞ୍ଜନ ୨୦୨୨ ମାର୍ଚ୍ଚ ମାସରେ ମହାରାଷ୍ଟ୍ରରେ ଅନ୍ତର୍ଜାତୀୟ ଥାଇ ବକ୍ସିଂ ଭାଗ ନେଇ ପ୍ରଫେସନାଲ ଟାଇଟଲ ବେଲ୍ଟ ହାସଲ କରିଛନ୍ତି । ତେବେ ଢେଙ୍କାନାଳ ଜିଲ୍ଲା ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି କଲେଜର ଛାତ୍ର ହେଉଛନ୍ତି ପ୍ରୀତିରଞ୍ଜନ । ପ୍ରୀତିରଞ୍ଜନ ନିଜ ଜନ୍ମମାଟିରେ ପହଞ୍ଚିଲା ପରେ ଖୋସାଲପୁର ଗାଁରେ ପୂର୍ବତନ କାଉନସିଲର ପ୍ରମୋଦ ବେହେରାଙ୍କ ନେତୃତ୍ୱରେ ଗ୍ରାମବାସୀ ସମ୍ବର୍ଦ୍ଧିତ କରିଛନ୍ତି । ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

For All Latest Updates

TAGGED:

ABOUT THE AUTHOR

...view details