ଦୁଇ ବର୍ଷ ପରେ ସ୍କୁଲ ରାସ୍ତା ମାଡ଼ିଲେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ - ଖୋଲିଲା ପ୍ରାଥମିକ ସ୍କୁଲ
ବୌଦ୍ଧ: ଜିଲ୍ଲାରେ ଖୋଲିଲା ପ୍ରାଥମିକ ବିଦ୍ୟାଳୟ । ଦୀର୍ଘ ଦୁଇ ବର୍ଷ ପରେ ସ୍କୁଲ ଗଲେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା। ସ୍କୁଲକୁ ଆସି ପିଲାମାନେ ଉତ୍ସାହିତ ଥିବାବେଳେ ଅଭିଭାବକ ଖୁସି ପ୍ରକାଶ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ଗାଇଡଲାଇନ ସହ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗାରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଖୋଲା ଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରକୁ ସଜେଇବା ସହ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଏବଂ ମିଠା ଦେଇ କ୍ଲାସରୁମକୁ ସ୍ବତନ୍ତ୍ର ଭାବରେ ସ୍ବାଗତ କରିଛନ୍ତି । ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Feb 3, 2023, 8:18 PM IST