ଓଡିଶା

odisha

ETV Bharat / videos

ପରଲୋକରେ ବାପି ଲେହରି, ମ୍ରିୟମାଣ ଓଲିଉଡ ସଙ୍ଗୀତ ଜଗତ - ବାପି ଲାହିରିଙ୍କ ଦେହାନ୍ତରେ ପ୍ରେମାନନ୍ଦଙ୍କ ପ୍ରତିକ୍ରିୟା

🎬 Watch Now: Feature Video

By

Published : Feb 16, 2022, 2:38 PM IST

Updated : Feb 3, 2023, 8:16 PM IST

କଟକ: ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଗାୟକ ବାପି ଲେହରିଙ୍କ ପରଲୋକ । ୬୯ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ଭାରତୀୟ ସଙ୍ଗୀତ ଜଗତକୁ ପୁଣି ଥରେ ଲାଗିଛି ଝଟକା। ଯିଏ ଦିନେ ସଙ୍ଗୀତ ଜଗତକୁ ଡିସ୍କୋ ଫର୍ମାଟକୁ ଆଣିଥିଲେ ସେ ଆଜି ଚିର ଦିନ ପାଇଁ ଶୋଇଯାଇଛନ୍ତି। ତେବେ ଏହି ଦୁଃଖଦ ଖବର ସମସ୍ତଙ୍କ ପାଇଁ କଳା ବାଦଲ ସାଜିଛି। କେବଳ ହିନ୍ଦୀ ଗୀତ ନୁହେଁ ବରଂ ଓଡିଆ ଗୀତରେ ମଧ୍ୟ ନିଜର ଛାପ ଛାଡି ଯାଇଛନ୍ତି ବାପି ଲେହରି । ତାଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ଓଲିଉଡ଼ ସଙ୍ଗୀତ ଜଗତରେ ଖେଳି ଯାଇଛି ଦୁଃଖର ଲହରୀ। ଶୁଣନ୍ତୁ କ'ଣ କହୁଛନ୍ତି ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀ। କଟକରୁୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ
Last Updated : Feb 3, 2023, 8:16 PM IST

ABOUT THE AUTHOR

...view details