ଓଡିଶା

odisha

ETV Bharat / videos

ବୁଧବାର ଅନୁଗୋଳ ଓ ବଅଁରପାଳ ବ୍ଲକରେ ମତଦାନ, ବୁଥମୁଁହା ପୋଲିଂ ପାର୍ଟି - ଅନୁଗୋଳରେ ପୋଲିଂ ଅଫିସର

By

Published : Feb 15, 2022, 12:15 PM IST

Updated : Feb 3, 2023, 8:12 PM IST

ଅନୁଗୋଳ: ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଅନୁଗୋଳ ଜିଲ୍ଲାର ଅନୁଗୋଳ ଓ ବଅଁରପାଳ ବ୍ଲକରେ ଭୋଟ ଗ୍ରହଣ ହେବ। ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଚଲାଇଛି ପ୍ରଶାସନ । ବିଭିନ୍ନ ବୁଥକୁ କର୍ମଚାରୀଙ୍କୁ ପଠାଯିବା ବ୍ୟବସ୍ଥା ଜୋରସୋରରେ ଚାଲିଛି । ଆବଶ୍ୟକ ଯାନବାହାନ ସଂରକ୍ଷଣ କାର୍ଯ୍ୟକ୍ରମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯାଇଛି। ସେଥିପାଇଁ ଅନୁଗୋଳ ଷ୍ଟାଡିଅମ ଠାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ପ୍ରତ୍ୟେକ ବୁଥ ପାଇଁ ଜଣେ ପ୍ରିଜାଇଡିଂ ଅଫିସର ଓ ଦୁଇ ଜଣ ପୁଲିଙ୍ଗ ଅଫିସର ପଠା ଯାଉଛି। ପୋଲିସ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବେ ବିଭିନ୍ନ ବୁଥକୁ କର୍ମଚାରୀ ପଠାଇବା ବ୍ୟବସ୍ଥା କରାଯାଇଛି। ଜଣେ ଡିଏସପିଙ୍କ ତତ୍ୱବାଧାନରେ ପୋଲିସ ବ୍ୟବସ୍ଥା ଚାଲିଛି। ଆସନ୍ତାକାଲି (ବୁଧବାର) ଅନୁଗୁଳ ବ୍ଲକରେ ୪୭୪ ଏବଂ ବଅଁରପାଳ ବ୍ଲକରେ ୪୭୧ ଏହିପରି ମୋଟ ୯୪୫ଟି ବୁଥରେ ଭୋଟ ଗ୍ରହଣ ହେବ। ଏହି ଦୁଇଟି ବ୍ଲକର ୮ଟି ଜିଲାପରିଷଦ ଜୋନରେ ୩୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସେହିପରି ଏହି ଦୁଇଟି ବ୍ଲକର ୧୭୪୪ ଜଣ ୱାର୍ଡ ମେମ୍ବର, ୨୩୮ଜଣ ସରପଞ୍ଚ ଏବଂ ୨୦୨ ଜଣ ସମିତି ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Feb 3, 2023, 8:12 PM IST

ABOUT THE AUTHOR

...view details