Holi 2022: ବିଶୃଙ୍ଖଳା ଉପରେ ନଜର ରଖିଛି କମିଶନରେଟ ପୋଲିସ - କଟକରେ ହୋଲି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକ: ହୋଲି ପର୍ବ ଅବସରରେ ଉତ୍ସବମୁଖର ହୋଇଉଠିଛି କଟକ ସହର। ସାମୁହିକ ହୋଲି ପାଳକୁ ଅନୁମତି ମିଳିଥିବା ସତ୍ତ୍ବେ କଟକଣା ମଧ୍ୟରେ ହୋଲି ଖେଳୁଛନ୍ତି କଟକବାସୀ। ଶୃଙ୍ଖଳା ରକ୍ଷା କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ କରାଯାଇ ଥିବା ସହିତ ନିଶା ସେବନ କରି ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନକୁ ଆଖିଆଗରେ ରଖି ସହରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ଏଥିସହ ଡିସିପି ନିଜେ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST