ଓଡିଶା

odisha

By

Published : Feb 13, 2022, 5:15 PM IST

Updated : Feb 3, 2023, 8:11 PM IST

ETV Bharat / videos

Panchayat Poll: ଟାଙ୍ଗୀ ଓ ବୋଲଗଡ଼ ପୋଲିସର ଫ୍ଲାଗମାର୍ଚ୍ଚ

ଖୋର୍ଦ୍ଧା: ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ । ଆସନ୍ତା ୧୬ ତାରିଖରେ ଖୋର୍ଦ୍ଧା ଜିଲାର ଟାଙ୍ଗୀ ଏବଂ ବୋଲଗଡ଼ ବ୍ଲକରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପଞ୍ଚାୟତ ନିର୍ବାଚନକୁ ନେଇ ନିର୍ବାଚନୀ ଉଷ୍ଣତା ବଢିବା ସହ ବୃଦ୍ଧି ପାଉଛି ହିଂସାକାଣ୍ଡ । ତେଣୁ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ କରିବା ପାଇଁ ଟାଙ୍ଗୀ ଓ ବୋଲଗଡ଼ ଥାନା ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ନିର୍ବାଚନରେ ଦୁଇଟି ବ୍ଲକର ୭ଲକ୍ଷ ୨୪ହଜାର ୪୮୭ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ ।
Last Updated : Feb 3, 2023, 8:11 PM IST

ABOUT THE AUTHOR

...view details