ଦାୟିତ୍ବ ଗ୍ରହଣ କଲେ ପଞ୍ଚାୟତ ପ୍ରତିନିଧି - ବଲାଙ୍ଗୀରରେ ଶପଥ ନେଲେ ପଞ୍ଚାୟତ ପ୍ରତିନିଧି
ବଲାଙ୍ଗୀର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲାର ସବୁ ବ୍ଲକରେ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଓ ସମିତି ସଭ୍ୟ ମାନେ ନିଜର ପଦ ସମ୍ଭାଳିଛନ୍ତି । ତେବେ ଆଜି ଜିଲ୍ଲାର ସବୁ 14ଟି ବ୍ଲକରେ ସମ୍ପୃକ୍ତ ବିଡ଼ିଓ ମାନେ ସମିତି ଓ ଅଧ୍ୟକ୍ଷା ତଥା ଅଧ୍ୟକ୍ଷଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ପରେ ସବୁ ବ୍ଲକରେ ନୂତନ ନିର୍ବାଚିତ ପ୍ରତିନିଧି ମାନେ ନିଜର ପଦବୀରେ ଯୋଗଦାନ କରିଛନ୍ତି । ଓଡିଶା ସରକାରଙ୍କ ଯୋଜନା ଲୋକଙ୍କ ପାଖକୁ ପହଞ୍ଚାଇବା ସହ ନିଜ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଦିଗରେ ସେମାନେ କାମ କରିବେ ଓ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜି ମାରିଥିବା ବେଳେ 10ଟି ବ୍ଲକ ରେ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଚେୟାରମ୍ୟାନ ଭାବରେ ବସାଇବାରେ ସଫଳ ହୋଇଛନ୍ତି । ସେହିପରି ବିଜେପି ମାତ୍ର ଗୋଟିଏ ଓ କଂଗ୍ରେସ ତିନୋଟି ବ୍ଲକ ହାତେଇବାରେ ସଫଳ ହୋଇଛନ୍ତି । ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ
Last Updated : Feb 3, 2023, 8:20 PM IST