ପଞ୍ଚାୟତ ପରୀକ୍ଷା ଫଳ: ଖୋର୍ଦ୍ଧା-ପୁରୀ ଓ ନୟାଗଡ଼ରେ ଭୋଟ ଗଣତି ଆରମ୍ଭ - ଖୋର୍ଦ୍ଧା ଉପଖଣ୍ଡରେ ପଞ୍ଚାୟତ ଭୋଟ ଗଣତି ଆରମ୍ଭ
ଖୋର୍ଦ୍ଧା/ପୁରୀ/ନୟାଗଡ଼: ସରିଛି ଗଣତନ୍ତ୍ରର ମହାପର୍ବ ଏବେ ଅପେକ୍ଷା ଫଳାଫଳକୁ । ଆଜିଠାରୁ ଖୋର୍ଦ୍ଧା ଉପଖଣ୍ଡର ସାତଟି ବ୍ଲକର ନିର୍ଦ୍ଧାରିତ ସ୍ଥାନରେ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରତି ବ୍ଲକର ଗୋଟିଏ ଲେଖାଏଁ ଜିଲ୍ଲାପରିଷଦ ଜୋନକୁ ନେଇ ଗଣତି ଚାଲିଛି । 45ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଏବଂ 681 ଜଣ ୱାର୍ଡସଭ୍ୟ ଆସନ ପାଇଁ ଭୋଟ ଗଣତି ହେଉଛି । ଷ୍ଟ୍ରଙ୍ଗରୁମରେ ପ୍ରତି ପଞ୍ଚାୟତ ପାଇଁ ଟେବୁଲର ବ୍ୟବସ୍ଥା ହେବା ସହ ଗଣତି ପାଇଁ ସରକାରୀ କର୍ମଚାରୀ ଏବଂ ପ୍ରାର୍ଥୀଙ୍କ ଏଜେଣ୍ଟ ମାନେ ଉପସ୍ଥିତ ଅଛନ୍ତି । ସେହିପରି ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଭୋଟ ଗଣତି କେନ୍ଦ୍ରରେ ବ୍ୟାପକ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ୧୧ଟି ଜୋନରେ ଆରମ୍ଭ ହୋଇଛି ଆରମ୍ଭ ହୋଇଛି ପଞ୍ଚାୟତ ଭୋଟ ଗଣତି । ଜିଲ୍ଲା ପରିଷଦ ଜୋନଂ ୧,୩,୬,୯,୧୧,୧୫, ୧୮,୨୨,୨୫,୨୮ ଏବଂ ୩୧ ର ଭୋଟ ଗଣତି ଜାରି ରହିଛି । ଗଣତି ନିମନ୍ତେ କଡାସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଜିଲ୍ଲାର ୨୬୮ଟି ଗ୍ରାମ ପଞ୍ଚାୟତର ୭୩୪୪ ଜଣ ୱାର୍ଡମେମ୍ବର, ୯୪୫ ଜଣ ସରପଞ୍ଚ, ୮୧୮ ଜଣ ସମିତି ସଭ୍ୟ ଏବଂ ୩୩ଟି ଜିଲ୍ଲା ପରିଷଦ ଜୋନର ୧୫୬ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ନୟାଗଡ଼ ଜିଲ୍ଲାର ୮ଟି ଜିଲ୍ଲା ପରିଷଦ ଜୋନରେ ଗଣତି ଜାରି ରହିଛି । ନୟାଗଡ଼,ଦଶପଲ୍ଲା,ରଣପୁର, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଗଣନା ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ନୟାଗଡ଼ରୁ ଜୟେନ୍ଦ୍ର ବେହେରା ଇଟିଭି ଭାରତ
Last Updated : Feb 3, 2023, 8:17 PM IST