ଓଡିଶା

odisha

କୋରାପୁଟରେ ଆଞ୍ଚଳିକ ଶିଶୁ କଳା ଉତ୍ସବ ଅନୁଷ୍ଠିତ

ETV Bharat / videos

କୋରାପୁଟରେ ଆଞ୍ଚଳିକ ଶିଶୁ କଳା ଉତ୍ସବ ଅନୁଷ୍ଠିତ; ଯୋଗ ଦେଲେ ୮୦ ଶିଶୁ କଳାକାର - କୋରାପୁଟ ଖବର

By ETV Bharat Odisha Team

Published : Nov 10, 2023, 11:36 AM IST

କୋରାପୁଟ: ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟ ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ଶିଶୁକଳା ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ କୋରପୁଟ ସମେତ ନବରଙ୍ଗପୁର, ମାଲକାନଗିରି, ରାୟଗଡା ଓ ଗଜପତି ଜିଲ୍ଲାର ୮୦ ଜଣ ଶିଶୁ କଳାକାର ଯୋଗ ଦେଇ ନୃତ୍ୟ ସଙ୍ଗୀତ, ଅଭିନୟ ପ୍ରତିଯୋଗିତା ମାଧ୍ୟମରେ ନିଜର କଳା ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଉନ୍ନତମାନର ପ୍ରତିଭା ପ୍ରଦର୍ଶନ କରିଥିବା ଅନେକ କଳାକାର ରାଜ୍ୟସ୍ତରୀୟ ଶିଶୁକଳା ଉତ୍ସବରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନେଇ ସମଗ୍ର ଶିକ୍ଷା ଅଭିଯାନର ଏସି ଏସ୍‌ଟି ସଂଯୋଜକ ଶୁଭେନ୍ଦୁ ବାରିକ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦ୍‌ଘାଟିତ, ଶିଶୁଙ୍କ ପ୍ରତିଭା ଦେଖିଲା ବିଶ୍ଵ

ଏହି ଶିଶୁକଳା ଉତ୍ସବରେ ଶିଶୁ କଳାକାରମାନେ ପାରମ୍ପରିକ ବାଦ୍ୟ ବାଦନ, ନୃତ୍ୟ ସଙ୍ଗୀତ, ଅଭିନୟ ଇତ୍ୟାଦି ୧୦ଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସାଧାରଣତଃ ବାଳିକାମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଉଥିବା ବେଳେ ଗଜପତିରୁ ଆସିଥିବା ଜଣେ ବାଳକ ଉତ୍ସବରେ ଓଡ଼ିଶୀ ନୃତ୍ୟ କରିଥିଲେ । ସେହିପରି କିଛି ବାଳିକା ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ଟାମକ ବାଜା ବଜାଇଥିଲେ । ଶିଶୁ କଳାକାରମାନଙ୍କ ଏଭଳି ପ୍ରତିଭାକୁ ଉପସ୍ଥିତ ଦର୍ଶକମାନେ ବେଶ୍ ଉପଭୋଗ କରିଥିଲେ । ମୋଟ ଦଶଟି କଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ କଳାକାର ରାଜ୍ୟସ୍ତରୀୟ ଉତ୍ସବକୁ ମନୋନୀତ ହେବେ ବୋଲି ଶୁଭେନ୍ଦୁ ବାରିକ ଜଣାଇଛନ୍ତି । ସେହିପରି ଏହିଭଳି ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଉଜ୍ଜୀବିତ କରିହେବ ବୋଲି ଦୁରୂଆ ନୃତ୍ୟକୁ ପ୍ରୋତ୍ସାହିତ କରି ଆସୁଥିବା ସିରିବେଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣି ଜେନା ମତ ରଖିଛନ୍ତି । 

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details