ଓଡିଶା

odisha

ଲାଗିଲା କାଳିଆର ଡ଼ୋରି

ETV Bharat / videos

ଲାଗିଲା କାଳିଆର ଡ଼ୋରି, ପଦଯାତ୍ରା କରି ଫରିଦାବାଦରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯୁବକ

By

Published : Aug 16, 2023, 9:53 PM IST

ବୌଦ୍ଧ: ଲାଗିଛି କାଳିଆର ଡ଼ୋରି, ଜଗାକୁ ଦର୍ଶନ ପାଇଁ ବ୍ୟାକୁଳ ଯୁବକ । ବଡ଼ ଠାକୁରଙ୍କ ଟିକିଏ ଝଲକ୍‌ ପାଇବା ପାଇଁ ହାତରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୀତ ବର୍ଣ୍ଣ ଧ୍ଵଜା ଧରି ଶ୍ରୀକ୍ଷେତ୍ର ଅଭିମୁଖେ ପଦଯାତ୍ରା କରୁଛନ୍ତି ଯୁବକ । ତେବେ ଯୁବକ ଜଣକ  ପ୍ରାୟ ଅଢେ଼ଇ ମାସ ପୂର୍ବରୁ ଘରୁ ବାହାରି ବର୍ତ୍ତମାନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଛନ୍ତି । ହରିଆଣାର ଫରିଦାବାଦ ସହରର ଅଶୋକ ବର୍ମା ନାମକ ଏହି ଯୁବକ ମେ 30ତାରିଖ ଦିନ ଘରୁ ବାହାରି ପ୍ରଥମେ ବାଗେଶ୍ବର ଧାମ ଯାତ୍ରା କରିଥିଲେ । ବାଗେଶ୍ବର ଧାମଠାରେ ବର୍ମା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ଫଟୋଚିତ୍ର ଦେଖି ଭାବବିହ୍ବଳ ହୋଇ ପଡ଼ିଥିଲେ । ଜନ୍ମରୁ ସେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ଥିବା ବେଳେ ଶ୍ରୀକୃଷ୍ଣଙ୍କ ପରବର୍ତ୍ତୀ ରୂପ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଥିଲେ । ଶେଷରେ ବାଗେଶ୍ବର ଧାମରୁ ବର୍ମା ଶ୍ରୀକ୍ଷେତ୍ର ଯାତ୍ରା କରି ବଡ଼ ଠାକୁରଙ୍କ ଦର୍ଶନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏଥିପାଇଁ ସେ ଗତ ଜୁଲାଇ 9ତାରିଖରୁ ବାଗେଶ୍ବର ଧାମରୁ ପଦଯାତ୍ରା କରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ମଧ୍ୟ ଭାରତରୁ ଶ୍ରୀକ୍ଷେତ୍ର ନିମନ୍ତେ ପ୍ରାଚୀନ କାଳରୁ ଥିବା ଶ୍ରୀଜଗନ୍ନାଥ ସଡକରେ ସେ ଚାଲି ଚାଲି ଅଗଷ୍ଟ ପନ୍ଦର ତାରିଖରେ ବୌଦ୍ଧ ଜିଲ୍ଲାରେ ପହଞ୍ଚି ଥିଲେ । ତେବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାତାଳୀ ଶ୍ରୀକ୍ଷେତ୍ର ଅଞ୍ଚଳ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ମା ଙ୍କୁ ସ୍ବାଗତ କରାଯାଇଥିଲା । କେବଳ ଶ୍ରୀଜଗନ୍ନାଥଙ୍କ ଏକ ଫଟୋଚିତ୍ର ତାଙ୍କ ଗତିପଥ ବଦଳାଇ ଦେଇଛି । ପ୍ରଭୁ ଶ୍ରୀକୃଷ୍ଣଙ୍କ ଭାବରେ ବାନ୍ଧି ହୋଇ ବର୍ମା ବାଗେଶ୍ବର ଧାମରୁ ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ର ର ମଉଡମଣିଙ୍କୁ ଦର୍ଶନ ପାଇଁ ବାହାରି ପଡ଼ିଛନ୍ତି । ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ଅଦୃଶ୍ୟ ଡୋରି ବାନ୍ଧି ହେବାର ଅନେକ ନଜିର ରହିଛି । ବର୍ତ୍ତମାନ ସମୟରେ ଏକ ଐତିହାସିକ କ୍ଷେତ୍ରରୁ ଆଧ୍ୟାତ୍ମିକ କ୍ଷେତ୍ରରେ ବଡ଼ ଠାକୁରଙ୍କ ଦର୍ଶନ ପାଇଁ ପଦଯାତ୍ରା ଏହି ଶ୍ରଦ୍ଧାଳୁଙ୍କ ଠାକୁରଙ୍କ ପ୍ରତି ଥିବା ଅହେତୁକ ଭକ୍ତିଭାବକୁ ସୂଚାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ପୋଲିସର ପାତରଅନ୍ତର ନୀତି, ଦର୍ଶନ ନକରି ଫେରିଗଲେ ଭକ୍ତ

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details