ଓଡିଶା

odisha

ମାଗୁଣି କୁଅଁର

By

Published : Mar 25, 2023, 12:06 PM IST

ETV Bharat / videos

ଫେରିଲେ ପଦ୍ମଶ୍ରୀ ମାଗୁଣି କୁଅଁର, ଜନ୍ମମାଟିରେ ଭବ୍ୟ ସ୍ବାଗତ

କେନ୍ଦୁଝର:ଜିଲ୍ଲାର ସୁଯୋଗ୍ୟ ସନ୍ତାନ ତଥା ବିଶିଷ୍ଟ କାଠି କଣ୍ଢେଇ ଶିଳ୍ପୀ ମାଗୁଣି କୁଅଁରଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମାଗୁଣି କୁଅଁରଙ୍କୁ ଏହି ସମ୍ମାନ ମିଳିବା ପରେ କେନ୍ଦୁଝର ଜିଲ୍ଲା ଓ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା । ଦୁଇ ଦିନ ଦିଲ୍ଲୀରେ ରହିବା ପରେ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ କେନ୍ଦୁଝର ପହଞ୍ଚିଥିଲେ ପଦ୍ମଶ୍ରୀ ମାଗୁଣି କୁଅଁର । କେନ୍ଦୁଝର ସହର ମଧ୍ୟରେ ପ୍ରବେଶ କରିବା ପରେ ସ୍ଥାନୀୟ ଆଟୋପୁର ଯୁବକ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାଜା ଢୋଲ ସହ ଶୋଭାଯାତ୍ରାରେ ତାଙ୍କୁ ସ୍ବାଗତ କରାଯାଇଥିଲା । ପଦ୍ମଶ୍ରୀ ପାଇବା ପରେ ନିଜ ସହରରେ ଏଭଳି ସ୍ୱାଗତ ଓ ସମ୍ବର୍ଦ୍ଧନା ନେଇ ଭାବବିହ୍ଵଳ ହୋଇଯାଇଥିଲେ ମାଗୁଣି କୁଅଁର । ତାଙ୍କର ଏହି ସମ୍ମାନ କେନ୍ଦୁଝରବାସୀଙ୍କୁ ସମର୍ପିତ କରିବା ସହ ଜିଲ୍ଲାବାସୀଙ୍କୁ ଶ୍ରେୟ ଦେଇଥିଲେ । 
 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details