ଓଡିଶା

odisha

ETV Bharat / videos

VIRAL VIDEO: ସିନେମାଷ୍ଟାଇଲରେ ଯୁବତୀଙ୍କୁ ବସାଇ ଯୁବକଙ୍କ ବାଇକ ଚାଳନା, ଧରିଲା ପୋଲିସ - ସିନେଷ୍ଟାଇଲରେ ଯୁବତୀଙ୍କୁ ବସାଇ ଯୁବକଙ୍କ ଡ୍ରାଇଭିଂ

By

Published : Dec 30, 2022, 5:51 PM IST

Updated : Feb 3, 2023, 8:37 PM IST

ଅମରାବତୀ: ଫିଲ୍ମରେ ଆପଣ ଅଭିନେତା ଜଣକ ଅଭିନେତ୍ରୀଙ୍କୁ ବାଇକ୍‌ରେ ବସାଇ ଗାଡ଼ି ଚଳାଉଥିବା ଦେଖିଥିବେ । ଠିକ ସେହିପରି ସିନେମାଷ୍ଟାଇଲର ଫର୍ମୁଲା ଆପଣାଇଛନ୍ତି ଭାଇରାଲ ଭିଡିଓରେ ଥିବା ଏହି ଯୁବକ ଯୁବତୀ (Young man and woman rash bike riding)। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବକ (Young man viral video) ବାଇକ ଚଲାଉଥିବା ବେଳେ ଅନ୍ୟ ଜଣେ ଯୁବତୀ ବାଇକର ଟାଙ୍କି ଉପରେ ଯୁବକଙ୍କ ଆଡ଼କୁ ମୁହଁ କରି ବସିଛନ୍ତି । ଯୁବକ ଜଣକ ଯୁବତୀଙ୍କୁ ଏପରି ବସାଇ ବାଇକ ଚଲାଉଥିବା ବେଳେ ସେମାନଙ୍କ ପଛରେ କାରରେ ଯାଉଥିବା ଜଣେ ବ୍ୟକ୍ତି ଏହାର ଭିଡିଓ ଉତ୍ତୋଳନ କରିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓଟି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଉକ୍କୁନାଗରମ ମେନ ରୋଡ୍‌ର ବୋଲି ଜଣାପଡ଼ିଛି । ଏବେ ଷ୍ଟିଲପ୍ଲାଣ୍ଟ ପୋଲିସ ଯୁବକ ଯୁବତୀଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ।
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details