ଓଡିଶା

odisha

ଜଳ ଯୋଗାଭ୍ୟାସକୁ ନେଇ ଚର୍ଚ୍ଚା

ETV Bharat / videos

Aqua Yoga: ରାମେଶ୍ବରମରେ ଜଳ ଯୋଗାଭ୍ୟାସକୁ ନେଇ ଚର୍ଚ୍ଚା - ଅଗ୍ନି ତୀର୍ଥମ୍ ସାଗରରେ ଯୋଗାଭ୍ୟାସ

By

Published : Jun 21, 2023, 10:09 PM IST

ଚେନ୍ନାଇ:ଆଜି ସମଗ୍ର ବିଶ୍ବବ୍ୟାପୀ ପାଳନ ହୋଇଛି ନବମ ବିଶ୍ବ ଯୋଗ ଦିବସ । ଦେଶର ଅନେକ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ଯୋଗ ଦିବସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଅବସରରେ ତାମିଲନାଡୁର ରାମେଶ୍ବରମଠାରେ ଦେଖିବାକୁ ମିଳିଛି ଏକ ନିଆରା ଯୋଗାଭ୍ୟାସ।  

ରାମେଶ୍ବରମରେ ଥିବା ଅଗ୍ନି ତୀର୍ଥମ୍ ସାଗରରେ ଦୀର୍ଘ 3 ଘଣ୍ଟା କାଳ ପାଣି ଭିତରେ ଯୋଗଭ୍ୟାସ କରାଯାଇଥିବା ଦେଖିବାକୁ ମିଳିଛି। ଏହି ଯୋଗ ମୁଦ୍ରା ଦ୍ବାରା ଶ୍ବାସ ଜନିତ ସମସ୍ୟା ଦୂର ହୋଇଥାଏ ଏବଂ ଶାରୀରିକ ତଥା ମାନସିକ ଭାବରେ ଏହା ଖୁବ ଉପଯୋଗୀ ବୋଲି କୁହାଯାଏ।  

ତେବେ ଏହି ଯୋଗକୁ ଜଳ ଯୋଗ କୁହାଯାଉଥିବାବେଳେ ଏହାର ବିଶେଷତ୍ବ ହେଉଛି ଏହି ଯୋଗାଭ୍ୟାସ ସ୍ଥଳରେ ନୁହେଁ, ବରଂ ପାଣି ଭିତରେ କରାଯାଇଥାଏ। ନିୟମିତ ଭାବେ ଜଳଯୋଗ କରିବା ଦ୍ବାରା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ତେବେ ଏହା ସାଧାରଣ ଯୋଗଠାରୁ ଦ୍ବିଗୁଣା ଅଧିକ ଫାୟଦା ଦେଇଥାଏ। ମୁଖ୍ୟତଃ ଏହି ଯୋଗାଭ୍ୟାସ 3 ପ୍ରକାରର ରହିଥାଏ। ବୃକ୍ଷାସନ, ତାଡାସନ ଏବଂ ଶବାସନ ଏହି 3 ଯୋଗାଭ୍ୟାସ ପାଣି ଭିତରେ କରାଯାଏ। 

ABOUT THE AUTHOR

...view details