Wrestlers vs Brij Bhushan: 'ଆମ ଲଢେଇ WFI ମୁଖ୍ୟଙ୍କ ବିରୋଧରେ, ସରକାରଙ୍କ ସହ ନୁହେଁ'
ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ମହାସଂଘ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଲଢେଇକୁ ରାଜନୀତି ସହ ଯୋଡ଼ାଯିବା ପରେ ମୁହଁ ଖୋଲିଛନ୍ତି ଅଲମ୍ପିଆନ ସାକ୍ଷୀ ମଲିକ ଓ ରେସଲର ସ୍ବାମୀ ସତ୍ୟବର୍ତ୍ତ କାଦିଆନ । ଏହି ଲଢେଇ ସରକାରଙ୍କ ବିରୋଧରେ ନୁହେଁ, ବରଂ ଡବ୍ଲ୍ୟଏଫଆଇ ମୁଖ୍ୟ ବ୍ରିଜଭୂଷଣଙ୍କ ବିରୋଧରେ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି । କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଆନ୍ଦୋଳନ କରାଯାଉନାହିଁ । ପୂର୍ବରୁ ଏକତାର ଅଭାବ ଥିବାରୁ ପ୍ରଥମରୁ କେହି ମୁହଁ ଖୋଲିନଥିଲେ । ହେଲେ ଏହା ଅସହ୍ୟ ହେବାରୁ କୁସ୍ତିଯୋଦ୍ଧାମାନେ ରାଜରାସ୍ତାକୁ ଓହ୍ଲାଇଥିବା କହିଛନ୍ତି ସାକ୍ଷୀ । ଗତ ମେ ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନୀ ସମାରୋହରେ ଦିଲ୍ଲୀ ପୋଲିସ କୁସ୍ତିଯୋଦ୍ଧାମାନଙ୍କ ସହିତ ଯେଉଁଭଳି ଭାବରେ ବ୍ୟବହାର କରିଥିଲା, ତାହା କୁସ୍ତିଯୋଦ୍ଧାଙ୍କୁ ବେଶ ପ୍ରଭାବିତ କରିଛି ବୋଲି କହିଛନ୍ତି ସାକ୍ଷୀ ମଲିକ ସ୍ବାମୀ ସତ୍ୟବର୍ତ୍ତ । ଏହାସହିତ ତାଙ୍କ ବିରୋଧରେ ଆସୁଥିବା ଗୁଜବ ଉପରେ ବିଶ୍ବାସ ନ କରିବାକୁ ଏହି ଆଥଲେଟ ଦମ୍ପତି ଅପିଲ କରିଛନ୍ତି ।