ଓଡିଶା

odisha

ICC World Cup

By ETV Bharat Odisha Team

Published : Oct 8, 2023, 11:04 AM IST

ETV Bharat / videos

World Cup 2023: ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା, ମ୍ୟାଚକୁ ନେଇ ଉତ୍ସାହୀ କ୍ରୀଡ଼ାପ୍ରେମୀ

ରାଉରକେଲା:ଜାରି ରହିଛି ବିଶ୍ବକପ ମହାସମର । ଆଜି ବିଶ୍ବକପରେ ରହିଛି ଜବରଦସ୍ତ ଫାଇଟ । ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ବିଶ୍ବକପରେ ଅଭିଯାନ ଆରମ୍ଭ କରିବ ଭାରତ । ବିଶ୍ବକପରେ ବିଜୟରୁ ଅଭିଯାନ ଆରମ୍ଭ କରିବା ପାଇଁ  ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଲଢେଇ । ଅଷ୍ଟ୍ରେଲିଆକୁ ହରାଇ ଭାରତ ଆଜିରେ ମ୍ୟାଚରେ ବିଜୟୀ ହେବ ବୋଲି ପ୍ରତିଟି ଭାରତୀୟଙ୍କ ଦୃଢ଼ୋକ୍ତି । ଆଉ ମାତ୍ର କିଛି ସମୟର ଅପେକ୍ଷା । ଆରମ୍ଭ ହୋଇଯିବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇଟ । ସମଯ ଯେତିକି ପାଖଉଛି କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ସେତିକି ଉତ୍ସାହ ବଢ଼ୁଛି । ଆଜିର ମ୍ୟାଚ୍‌କୁ ନେଇ ରାଉରେକଲାରେ ଥିବା କୁନୀ କ୍ରୀଡ଼ାପ୍ରେମୀ ବେସ୍‌ ଉତ୍ସାହିତ ଅଛନ୍ତି । ବ୍ୟାଟିଂରେ ବିରାଟ କୋହଲି, ରୋହିତ ଶର୍ମା ଓ ବୋଲିଂରେ ମହମ୍ମଦ ସିରାଜ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ବିଶେଷ କରି ବିରାଟ କୋହଲିଙ୍କ ବ୍ୟାଟରୁ ଆଜି ଶତକ ଆସିବା ନେଇ ସେମାନେ ଆଶା ରଖିଛନ୍ତି ।  

ଏହା ମଧ୍ୟ ପଢନ୍ତୁ-World Cup 2023: ଆଜିଠୁ ଭାରତର ବିଶ୍ବକପ ଅଭିଯାନ, ଅଷ୍ଟ୍ରେଲିଆ ସହ ମୁକାବିଲା

ଆଜି ଚେନ୍ନାଇକ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆୟୋଜକ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ବକପ ଅଭିଯାନ ଆରମ୍ଭ କରିବେ । ଆଜିର ମ୍ୟାଚରେ ଭାରତୀୟ ବ୍ୟାଟରଙ୍କ ଜବରଦସ୍ତ ବ୍ୟାଟିଂ ଓ ଅଷ୍ଟ୍ରେଲିଆ ବୋଲରଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିବ । କିଏ ପଡ଼ିବ କାହା ଉପରେ ଭାରି । କିଙ୍ଗ କୋହଲି, ଶୁଭମନ ଏବଂ ହିଟ୍‌ମ୍ୟାନ୍‌ଙ୍କ ବଲ୍ଲା ଚାଲିବ ନା ଷ୍ଟାର୍କ୍‌ ଏବଂ ହାଜେଲବୁଡ଼ଙ୍କ ବୋଲିଂରେ ଚିତପଟାଙ୍ଗ ହେବେ ଭାରତୀୟ ଖେଳାଳି । ଏବେ ଖାଲି ତାହା ଦେଖିବାକୁ ଅପେକ୍ଷା । ଭାରତ ଏବଂ ଅଷ୍ଟ୍ରେଲିଆ ଦୁଇ ଦଳ ବିଶ୍ୱକପ ପୂର୍ବରୁ ସିରିଜ ଖେଳିଥିବା ବେଳେ ପରସ୍ପରର ରଣନୀତି ନେଇ ଟିକେ ଅବଗତ ରହିବେ । କିନ୍ତୁ ପଡ଼ିଆରେ କେଉଁ ସମୟରେ ରଣନୀତି ବଦଳିବ ତାହା କହିବା ମୁସ୍କିଲ । ଏହି ମ୍ୟାଚ୍‌ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରହିବ । ପ୍ରଥମ ମ୍ୟାଚ୍‌ ଜିତି ନିଜର ମନୋବଳ ଦୃଢ଼ କରିବା ଲକ୍ଷ୍ୟରେ ରହିଛି ଭାରତ । ସେପଟେ ଅଷ୍ଟ୍ରେଲିଆ ମଧ୍ୟ ନିଜର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି ।  

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details