ଓଡିଶା

odisha

ବାୟୋମେଟ୍ରିକ୍‌ରେ ତୃଟି ନେଇ ଗର୍ଜିଲେ କର୍ମଚାରୀ

ETV Bharat / videos

ଇଣ୍ଡୋ ନିସିନ୍ କାରଖାନାରେ ଅଶାନ୍ତି, ବାୟୋମେଟ୍ରିକ୍‌ରେ ତୃଟି ନେଇ ଗର୍ଜିଲେ କର୍ମଚାରୀ - ବାୟୋମେଟ୍ରିକ୍ ଉପସ୍ଥାନ

By

Published : May 12, 2023, 5:13 PM IST

ଖୋର୍ଦ୍ଧା: ଇଣ୍ଡୋ ନିସିନ୍ କାରଖାନାରେ ବାୟୋମେଟ୍ରିକ୍ ଉପସ୍ଥାନକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅଶାନ୍ତି। କାମ ବନ୍ଦ କରି ଧାରଣାରେ ବସିଥିଲେ କର୍ମଚାରୀମାନେ। କର୍ମଚାରୀମାନଙ୍କ ଅଭିଯୋଗ ଅନୁସାରେ, କାରଖାନା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ବାୟୋମେଟ୍ରିକ୍ ଉପସ୍ଥାନ ଦେବାକୁ ହୁଏ । ପରିଚୟପତ୍ର ଯାଞ୍ଚ ପରେ ସେମାନେ ଉପସ୍ଥାନ ଦେଇ କାରଖାନା ମଧ୍ୟକୁ ପ୍ରବେଶ କରିଥାନ୍ତି।  କିନ୍ତୁ ଅନେକ ସମୟରେ ବାୟୋମେଟ୍ରିକ୍ ଉପସ୍ଥାନ ସଠିକ କାମ କରୁନାହିଁ । ଏହାଫଳରେ ସେମାନଙ୍କ ଦରମା କାଟ କରାଯାଉଛି । ଏଭଳି ତ୍ରୁଟିପୂର୍ଣ୍ଣ ଉପସ୍ଥାନ ଜାଣିଶୁଣି କରାଯାଉଛି ବୋଲି  ଅଭିଯୋଗ କରିବା ସହ  ନିର୍ଦ୍ଧାରିତ ସମୟରୁ ଅଧିକ ସମୟ କାମ କରିଥିଲେ ମଧ୍ୟ ପାରିଶ୍ରମିକ ମିଳୁନହିଁ।  କାରଖାନା ଖୋଲିବା ପରେ ଶ୍ରମିକମାନେ କାରଖାନା ପରିସର ମଧ୍ୟରେ କାମ ବନ୍ଦ କରି ପ୍ରାୟ ୩-୪ ଘଣ୍ଟା ଧାରଣାରେ ବସିଥିଲେ । କର୍ମଚାରୀଙ୍କ ସହ କର୍ତ୍ତୃପକ୍ଷଙ୍କ ଆଲୋଚନାରେ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details