ଓଡିଶା

odisha

ଦୀପ ତିଆରି କରୁଛନ୍ତି ମହିଳା

ETV Bharat / videos

ଦୀପାବଳିରେ ଚମକିବ ମହିଳାଙ୍କ ହାତ ତିଆରି ଦୀପ - ଦୀପାବଳି ପାଇଁ ଦୀପ ତିଆରି

By ETV Bharat Odisha Team

Published : Oct 30, 2023, 5:00 PM IST

ବାଲେଶ୍ବର: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଆଲୋକିତ ହେବ ଗାଁରୁ ସହର। ଏଥିପାଇଁ ମାଟି ଦୀପ ତିଆରି ପାଇଁ କାରିଗରମାନେ ଆରମ୍ଭ କରିଦେଲେଣି କାମ। କେମିତି ଜଲଦି ଦୀପ ତିଆରି ସାରି ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରିବେ ସେନେଇ କାମରେ ଲାଗିଛନ୍ତି। ସେହିପରି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଚିନ୍ତାମଣିପୁର ଗ୍ରାମରେ ଥିବା ବାବା ପଞ୍ଚଲିଙ୍ଗେଶ୍ୱର ଟେରାକୋଟା ପ୍ରଡ୍ୟୁସର ଗ୍ରୁପର ମହିଳାମାନେ ଦୀପ ତିଆରିରେ ଲାଗି ପଡିଛନ୍ତି। 
 

ଏହା ବି ପଢନ୍ତୁ...ଅଗରବତୀ ତିଆରି ପାଇଁ ଦେବତାଙ୍କ ପାଖରୁ ଆସୁଛି ଫୁଲ !


ସେମାନେ ଭଳି କି ଭଳି ଦୀପ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦୀପ ତିଆରି କରୁଛନ୍ତି ଜଣେ ଜଣେ ମହିଳା। ଛୋଟ ଦୀପ ଖୁଚୁରା ୧ଟଙ୍କା ଠାରୁ ଆରମ୍ଭ କରି ଆକାର ଅନୁସାରେ ମୂଲ୍ୟ ରହିଛି। ଏହି ଗ୍ରୁପର ୩୦ ଜଣ ମହିଳା ମାଟିରେ ବିଭିନ୍ନ ଡିଜାଇନର ଦୀପ ତିଆରି କରିବାରେ ଲାଗି ପଡିଛନ୍ତି। ଦୀପ ତିଆରି କରିବା ପରେ ତାକୁ ଭାଟିରେ ପୋଡିବା ସହ ଶୁଖାଇ ଭିନ୍ନ ଭିନ୍ନ ରଙ୍ଗ ଦେଇ ରଖିଥାନ୍ତି। ଆଖ ପାଖ ବଜାର ସହ ବାଲେଶ୍ଵରଠାରୁ ଆରମ୍ଭ କରି ଭୁବନେଶ୍ୱର, କଟକ ଆଦି ବିଭିନ୍ନ ଜିଲ୍ଲାକୁ ବିକ୍ରି ନିମନ୍ତେ ଦୀପ ଗୁଡିକୁ ପଠା ଯାଉଛି। ଚଳିତ ବର୍ଷ ଅର୍ଡର ମୁତାବକ ୧ ଲକ୍ଷରୁ ଉର୍ଦ୍ଧ୍ବ ଦ୍ୱୀପ ପ୍ରସ୍ତୁତ କରାଯାଉଛି। 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details