ଓଡିଶା

odisha

ଅଙ୍ଗନବାଡି ପରିଦର୍ଶନ କଲେ ଶିଶୁ ବିକାଶ ବିଭାଗ ସଚିବ

ETV Bharat / videos

ବେଗୁନିଆର ବିଭିନ୍ନ ଅଙ୍ଗନବାଡି ପରିଦର୍ଶନ କଲେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ - ଅଙ୍ଗନବାଡି ପରିଦର୍ଶନ କଲେ ଶିଶୁ ବିକାଶ ବିଭାଗ ସଚିବ

By

Published : Apr 19, 2023, 7:16 AM IST

ଖୋର୍ଦ୍ଧା: ଗ୍ରାମାଞ୍ଚଳରେ କେତେଦୂର କାର୍ଯ୍ୟକ୍ଷମ ହେଉଛି ମହିଳା ଓ ଶିଶୁ ବିକାଶ ବିଭାଗ । ଏଥିପାଇଁ  ପ୍ରତି ୱାର୍ଡରେ କର୍ମଚାରୀ ମାନଙ୍କୁ ନିଯୁକ୍ତ ଦିଆଯାଇଛି । ଏହି କର୍ମଚାରୀ ବା ଅଙ୍ଗନବାଡି କର୍ମୀ ଓ ସହାୟିକା ସରକାରଙ୍କ ଏହି ଯୋଜନାକୁ କେତେ ପୂରଣ କରୁଛନ୍ତି । ଏହାର ତଦାରଖ ପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବିଭିନ୍ନ କୋମଳମତି ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଶୁଭ ଶର୍ମା । ବେଗୁନିଆ ବ୍ଲକର କୁଶପଲ୍ଲା ଗ୍ରାମର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସମୟରେ କୁନିକୁନି କୋମଳ ମତି ଶିଶୁଙ୍କ ବୟସ ଅନୁପାତରେ ଓଜନ ଓ ଉଚ୍ଚତା ନଥିବା ପିଲାଙ୍କ ପାଇଁ କଣ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ପଚାରି ବୁଝିଥିଲେ ।

ଏହା ସହ କୁଶୁପଲା ଅଙ୍ଗନବାଡି କେନ୍ଦ୍ର ୨ରେ କୋମଳମତି ଶିଶୁଙ୍କୁ କିଭଳି ଖାଦ୍ୟ ପ୍ରଦାନ କରାଯାଉଛି ତାହାର ତଦାରଖ କରିଥିଲେ । ପ୍ରତି ଅଙ୍ଗନବାଡି କେନ୍ଦ୍ରକୁ ପ୍ରଦାନ କରିଥିବା ପୋଷଣ ବଗିଚାର ସ୍ଥିତି ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ । ଏହି ପରିସରକୁ ସବୁଜ ସୁନ୍ଦର କରିବାକୁ କୁଶପଲ୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାପରେ ବଡାପୀର ସ୍ୱୟଂ ସହାୟକ ଗୋଷ୍ଠୀ ପରିଦର୍ଶନ କରି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଗର୍ଭବତୀ ମାଆ ଓ କୋମଳମତି ଶିଶୁଙ୍କ ପାଇଁ ଛତୁଆ ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଥିବା ଜଣାପଡ଼ିଛି । ସିମୋର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଯୋଗାଣ ବିଭାଗର ସ୍ଥିତି ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ବାଘମାରୀ ୫ଟି ସ୍କୁଲ ପରିଦର୍ଶନ କରି ଜିଲାପାଳଙ୍କ କାର୍ଯ୍ୟଳୟରେ ସମୀକ୍ଷା ବୈଠକରେ ଭାଗନେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details