Ink Attack on 5T Secretary: ବୁକୁ ଫଟାଇ କାନ୍ଦିଲେ ମହିଳା; କହିଲେ ପାଣ୍ଡିଆନ ମୋ ପୁଅ, ସତ୍ୟବାଦୀ ମାଟିର ସମ୍ମାନ ଚାଲିଗଲା - କାଳିମାଡକୁ ନେଇ କାନ୍ଦିଲେ ମହିଳା
ପୁରୀ: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ କାଳିମାଡ଼କୁ ନେଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଜଣେ ମହିଳା । ଏହି କାଣ୍ଡ ଦ୍ବାରା ସତ୍ୟବାଦୀ ଅଞ୍ଚଳର ନାଁ ବଦନାମ ହୋଇଛି ବୋଲି ସେ କାନ୍ଦି କାନ୍ଦି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଲାଗି ସେ ଆଜି ଭଲ ଖଣ୍ଡେ ପିନ୍ଧି ପାରୁଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ସବୁ କିଛି କରିଛନ୍ତି । ଆଉ ପାଣ୍ଡିଆନ ହେଉଛନ୍ତି ତାଙ୍କ ପୁଅ । ଏଣୁ ତାଙ୍କ ଉପରକୁ କାଳିମାଡ଼କୁ ମହିଳା ଜଣକ ସହଜରେ ଗ୍ରହଣ କରିପାରିନାହାନ୍ତି । ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ ଏପରି କହିଛନ୍ତି । ସୂଚନା ଥାଉ କି ଆଜି (ଶନିବାର) ପୁରୀ ସତ୍ୟବାଦୀ ଅଞ୍ଚଳରେ ହୋଇଛି କାଳିମାଡ଼ । ଭିଡ଼ ମଧ୍ୟରୁ ଜଣେ ଯୁବକ ସଚିବଙ୍କ ଉପରକୁ କାଳିମାଡ଼ କରିଥିଲା । ସତ୍ୟବାଦୀ ସ୍ଥିତ UGS କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପାଣ୍ଡିଆନ ଏହି ଗସ୍ତ କରିଥିବା ବେଳେ ତାଙ୍କୁ ସ୍ବାଗତ ପାଇଁ ଠିଆ ହୋଇଥିବା ମିଶନ ଶକ୍ତି ମହିଳାଙ୍କୁ ଭେଟୁଥିବା ବେଳେ ହୋଇଥିଲା କାଳିମାଡ଼ ।
ଏହା ବି ପଢନ୍ତୁ- ପୁରୀ ସତ୍ୟବାଦୀରେ 5T ସଚିବ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼, ଅଭିଯୁକ୍ତ ଗିରଫ