ଓଡିଶା

odisha

WB Panchayat Election

By

Published : Jul 8, 2023, 8:26 PM IST

ETV Bharat / videos

WB Panchayat Election: ରକ୍ତରଞ୍ଜିତ ପଞ୍ଚାୟତ ଲଢେଇ, ଫୁଟିଲା ବୋମା ଜଳିଲା ବାଲାଟ ବକ୍ସ

କୋଲକାତା:ପଶ୍ଚିମବଙ୍ଗ ଓ ନିର୍ବାଚନୀ ହିଂସା । ଏହା ଯେପରି ଓତପ୍ରୋତଃ ଭାବରେ ଜଡ଼ିତ ଭଳି ମନେ ହେଲାଣି । ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ସାରା ରାଜ୍ୟରେ ଦେଖିବାକୁ ମିଳିଛି ବ୍ୟାପକ ହିଂସା ।  କେଉଁଠି ବାଲାଟ ବକ୍ସ ହୁତୁ ହୁତୁ ହୋଇ ଜଳୁଛି ତ ଆଉ କେଉଁଠି ପାଣିରେ ଭାସିଲାଣି । ବୋମା ମାଡ଼, ଫାୟାରିଂ,  ଭଙ୍ଗାରୁଜା, ପୋଡ଼ାଜଳା, ମାରପିଟ ଯୋଗୁଁ ଗଲାଣି 15 ଜଣଙ୍କ ଜୀବନ । ଗତ ଜୁନ 8 ତାରିଖରେ ନିର୍ବାଚନୀ ତାରିଖ ଘୋଷଣା ପରଠାରୁ ହିଁ ରାଜ୍ୟରେ ହିଂସାକାଣ୍ଡ ଘଟିଚାଲିଛି । 

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆରୋପ ପ୍ରତ୍ୟାରୋପ ମଧ୍ୟରେ ସାଧାରଣ ଜନତା ପ୍ରଭାବିତ ହୋଇଛନ୍ତି । ସେପଟେ ବିରୋଧୀ ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟରେ 22ଟି ଜିଲ୍ଲାରେ 63 ହଜାର 22 ଗ୍ରାମ ପଞ୍ଚାୟତ, 9 ହଜାର 730 ପଞ୍ଚାୟତ ସମିତି ଓ 928 ଜିଲ୍ଲା ପରିଷଦ ଆସନ ଲାଗି ପଡିଛି ଭୋଟ । ମତଦାନ ଆରମ୍ଭ ପରେ ହିଂସାକାଣ୍ଡର ଚିତ୍ର ସାମ୍ନାକୁ ଆସିଛି। ମାଲଦାର ଗୋପାଳପୁର ପଞ୍ଚାୟତରେ ଟିଏମସି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି ।

ଏହାପରେ ଫୁଟିଛି ବୋମା । କୁଚ ବିହାରରେ ଭୋଟର ବାଲାଟ ବକ୍ସରେ ନିଆଁ ଲଗାଇଛନ୍ତି । ଇନ୍ଦ୍ରେଶ୍ବର ପ୍ରାଥମିକ ବିଦ୍ୟାଳୟରେ ବାଲାଟ ବକ୍ସରେ ପାଣି ଫିଙ୍ଗିବା ପରେ ବନ୍ଦ ରହିଛି ଭୋଟିଂ । କେନ୍ଦ୍ରୀୟ ଫୋର୍ସ ମୁତୟନ ପରେ ମଧ୍ୟ ହିଂସାକାଣ୍ଡକୁ ନେଇ କେନ୍ଦ୍ରକୁ ଟିଏମସି ଟାର୍ଗେଟ କରିଛି । ସେପଟେ ପଶ୍ଚିମବଙ୍ଗରେ ନିର୍ବାଚନ ଘୋଷଣାର ଅର୍ଥ ଗଣତନ୍ତ୍ରର ହତ୍ୟା ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିବା ବେଳେ ଟିଏମସି ଗୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି  ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଦେଖନ୍ତୁ ଏହି ରିପୋର୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details