ଓଡିଶା

odisha

ପାଗରେ ହେବ ପରିବର୍ତ୍ତନ

ETV Bharat / videos

ବଦଳିବ ପାଗ, ଆଗାମୀ 4 ଦିନ ନାହିଁ ବଡ଼ ବର୍ଷା ! - ଆଗାମୀ 4 ଦିନ ପର୍ଯ୍ୟନ୍ତ ନାହିଁ ବଡ଼ ବର୍ଷାର ସମ୍ଭାବନା

By

Published : Jun 28, 2023, 5:41 PM IST

ଭୁବନେଶ୍ବର: ଆଗାମୀ ୨ ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ନଥିବାବେଳେ ପାଗ ମେଘୁଆ ରହିବ। କିନ୍ତୁ ୩ ଦିନ ପରେ ପୁଣି ଉପକୂଳ ଓଡ଼ିଶା ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ସକ୍ରିୟ ମୌସୁମୀ ସହ ସକ୍ରିୟ ସଦୃଶ ଲଘୁଚାପ ଏବଂ ନିମ୍ନ ଚାପ ରେଖା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କେବଳ ସୁନ୍ଦରଗଡ, ଝାରସୁଗୁଡ଼ାରେ ପ୍ରବଳ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆଗକୁ ୪ ଦିନ ପର୍ଯ୍ୟନ୍ତ କୌଣସି ୱାର୍ଣ୍ଣିଂ ଜାରି କରିନାହିଁ ପାଣିପାଗ ବିଭାଗ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଏଥିସହ ରାଜ୍ୟରେ ୧୦.୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୦.୭ ମିଲିମିଟର ତୁଳନାରେ ୨ ପ୍ରତିଶତ କମ୍ ରହିଛି । ସେହିପରି ବରଗଡ ଜିଲ୍ଲାର ବିଜେପୁରଠାରେ ସର୍ବାଧିକ ବର୍ଷା ୭୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details