ବର୍ଷାରେ ବେହାଲ ସିଲଭର ସିଟି: ବୁଡିଲା ରାସ୍ତା, ଘରେ ପଶିଲା ପାଣି - waterlogging in cuttack
କଟକ:ପ୍ରବଳ ବର୍ଷା ଯୋଗୁ ସିଲଭର ସିଟି କଟକର ସ୍ଥିତି ସଙ୍ଗୀନ ହୋଇଛି । ଲଗାଣ ବର୍ଷାରେ କଟକ ସହରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଟ୍ବିନସିଟିରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବାବେଳେ କଟକ ସହରରେ ବିଭିନ୍ନ ସ୍ଥାନ ଜଳବନ୍ଦୀ ରହିଛି । ତେବେ ସହରର ତଳି ଅଞ୍ଚଳରେ ବର୍ଷା ପାଣି ଜମା ହୋଇଥିବା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଘରେ ବର୍ଷା ପାଣି ପଶିବାରୁ ସମସ୍ତ ଆସବାବପତ୍ର ବୁଡ଼ି ରହିଥିବା ଦେଖିବାକୁ ମିଳିଛି।
ଏହା ବି ପଢନ୍ତୁ...ଅସରାଏ ବର୍ଷାରେ ବେହାଲ ଭୁବନେଶ୍ୱର; ରାସ୍ତାରେ ଆଣ୍ଠୁଏ ପାଣି, ବୁଡ଼ିଲା ଗାଡ଼ି
ସୂଚନା ଅନୁସାରେ, କାଠଗଡା ସାହି, ମେରିଆ ବଜାର ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ସେପଟେ ବର୍ଷା ଜଳ ନିଷ୍କାସନ ପାଇଁ ସହରର ବିଭିନ୍ନ ସ୍ଥାନରେ ଭଲଭୋ ପମ୍ପର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଏନେଇ ସିଏମସି କର୍ତ୍ତୃପକ୍ଷ କହିଛନ୍ତି, "ବର୍ଷା କମିବା ପରେ ଜଳ ନିଷ୍କାସନର ବ୍ଯବସ୍ଥା କରାଯାଇଛି। ସହରରେ ବିଭିନ୍ନ ଜାଗାରେ ଜମି ରହିଥିବା ପାଣି ଧୀରେ ଧୀରେ କମୁଛି ।
ଇଟିଭି ଭାରତ, କଟକ