ଓଡିଶା

odisha

ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳ ଯୋଗାଣ

ETV Bharat / videos

ଇନ୍ଦ୍ରାବତୀର ବହୁମୁଖି ପ୍ରକଳ୍ପରୁ ଜଳ ଯୋଗାଣ, ଆରମ୍ଭ ହେଲା ଖରିଫ ଚାଷ

By

Published : Jul 7, 2023, 9:01 PM IST

କଳାହାଣ୍ଡି: ଆଜିଠାରୁ ଜିଲ୍ଲାର ଇନ୍ଦ୍ରାବତୀ ବହୁମୁଖି ଜଳ ବିଦ୍ୟୁତ ପ୍ରକଳ୍ପରୁ ଚଳିତ ଖରିଫ ଚାଷ ପାଇଁ ଜଳଯୋଗାଣ ଆରମ୍ଭ ହୋଇଛି । ଏହାକୁ ନେଇ ଚାଷୀଙ୍କ ମନରେ ଉତ୍ସାହ ଦେଖାଦେଇଛି । ଚଳିତ ବର୍ଷ ମୌସୁମୀ ଆସିବା ପରେ ମଧ୍ୟ ପର୍ଯ୍ୟାପ୍ତ ବର୍ଷା ନଥିବାରୁ ଚାଷ କାମରେ ବିଳମ୍ବ ହେଉଥିଲା। ହେଲେ ଗୁରୁବାରଠାରୁ ଜିଲ୍ଲାର କିଛିକାଂଶରେ ବର୍ଷା ଆରମ୍ଭ ହୋଇଛି । ତେଣୁ ଆଜିଠାରୁ ଆରମ୍ଭ ହୋଇଛି ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଜଳ ଯୋଗାଣ ।

କଳାହାଣ୍ଡି ଜିଲ୍ଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ଜମିକୁ ପାଣି ପହଞ୍ଚାଇବା ପାଇଁ ଇନ୍ଦ୍ରାବତୀ ବହୁମୁଖି ଜଳ ବିଦ୍ୟୁତ ପ୍ରକଳ୍ପରୁ କେନାଲ ମାଧ୍ୟମରେ ପାଣି ଛଡାଯାଇଛି । ଏଥିରେ ଜିଲ୍ଲାରେ ମୋଟ୍ ୪୨୯ ଟି ଗାଁର ସର୍ବମୋଟ୍ ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ଜଳସେଚିତ ହେବ । ଏହି କେନାଲ ପାଣି ଆସିବା ପରେ ବର୍ଷା ନହେଲେ ବି ଚାଷୀ ତାଙ୍କର ଚାଷକାର୍ଯ୍ୟ କରିପାରିବେ । ଏହାକୁ ନେଇ ଚାଷୀମାନେ ବେଶ ଖୁସି ଥିବାବେଳେ ତଳ ମୁଣ୍ଡର ଚାଷୀ କିନ୍ତୁ ଅସନ୍ତୋଷ ଜାହିର କରିଛନ୍ତି । 

ଚଳିତ ବର୍ଷ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ୨୪ ହଜାର ୭୪୭ ହେକ୍ଟର, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ୪୪ ହଜାର ୮୭୫.୯୬ ହେକ୍ଟର, ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ୪୪ ହଜାର ୮୫୭ ହେକ୍ଟର ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ୫୦୮୨ ହେକ୍ଟରକୁ ମିଶାଇ ସର୍ବମୋଟ୍ ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମିରେ ଜଳ ସେଚନ ଲକ୍ଷ୍ୟ ରଖାଯାଇଛି। ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଜିଲ୍ଲାର ଜୟପାଟଣା, କଲମପୁର, ଜୁନାଗଡ଼, କୋକସରା, ଧର୍ମଗଡ଼, ଗୋଳମୁଣ୍ଡା, ଭବାନୀପାଟଣା ଓ କେସିଙ୍ଗା ବ୍ଳକର ୪୨୯ଟି ଗାଁରେ ଜଳ ଯୋଗାଣ କରିବ।

ଏହା ମଧ୍ୟ ପଢନ୍ତୁ...ନିଅଣ୍ଟିଆ ବୃଷ୍ଟିପାତ ଅଞ୍ଚଳ ପାଇଁ OUATର ମାର୍ଗଦର୍ଶିକା

ଜଳସେଚନ ପ୍ରକଳ୍ପର ବାମ ମୁଖ୍ୟ କେନାଲ ଡିଭିଜନ-୧ରେ ୨୦ ହଜାର ୩୮୧ , ଡିଭିଜନ-୨ରେ ୧୦ ହଜାର ୨୭୯ , ଡାହାଣ ମୁଖ୍ୟ କେନାଲ ଡିଭିଜନ-୧ ରେ ୧୩ ହଜାର ୨୫୬, ଡିଭିଜନ -୨ ରେ ୪ ହଜାର ୮୫୦ ଓ ଉଠା ଜଳସେଚନ ପ୍ରକଳ୍ପ ରେ ୫୦ ହଜାର ୪୦୬ ଦ୍ବାରା ସର୍ବମୋଟ୍ ୯୯ ହଜାର ୧୭୨ ଟି ଚାଷୀ ପରିବାର ଉପକୃତ ହେବେ। ହେଲେ ମଦନପୁର ରାମପୁର, କର୍ଲାମୁଣ୍ଡା, ନର୍ଲା, ଲାଞ୍ଜିଗଡ଼, ଥୁଆମୂଳ ରାମପୁର ଆଦି ବ୍ଲକ ମାନଙ୍କରେ ଆବଶ୍ୟକତା ଠାରୁ ବହୁ କମ୍ ପରିମାଣର ବର୍ଷା ହୋଇଥିବାରୁ ଚାଷ କାମ ବାଧାପ୍ରାପ୍ତ ହୋଇଛି। ଏନେଇ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।
 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details