ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାରେ ସହଯୋଗ କରିବ ଜଳକ୍ରୀଡା: ମେୟର - କଟକ ବାଲିଯାତ୍ରା
କଟକ: ଜାରି ରହିଛି ଐତିହାସିକ ବାଲିଯାତ୍ରା । ସକାଳୁ ସଞ୍ଜ ଜମୁଛି ଲୋକଙ୍କ ଭିଡ । ଏହାରି ଭିତରେ ଅନେକ ନୂଆ ନୂଆ ଦିଗ ଦେଖିବାକୁ ମିଳୁଛି । ତେବେ ଏହି ନୂତନତା ମଧ୍ୟରେ ରହିଛି ବୋଟିଂ ବ୍ୟବସ୍ଥା। ଯାହାର ଭରପୁର ଉପଭୋଗ କରୁଛନ୍ତି ଦର୍ଶକ। ତେବେ ଏହି ବୋଟିଂ ବ୍ୟବସ୍ଥା ମହନଦୀର ଜଳ ରାଶିରେ ରହିଛି। ତେବେ ବାଲିଯାତ୍ରାକୁ ଯେଉଁ ଜାତୀୟ ସ୍ତରୀୟ ମାନ୍ୟତା ପାଇଁ ଲଢେଇ ଜାରି ରହିଛି ତାହା ପାଇଁ ଏହି ଜଳକ୍ରୀଡା ସମ୍ଭବନା ସୃଷ୍ଟି କରିବ । ଏନେଇ ଇଟିଭି ଭାରତକୁ ଅଧିକ ସୂଚନା ଦେଇଛନ୍ତି ମେୟର ସୁବାସ ସିଂହ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:32 PM IST