ଚାନ୍ଦବାଲିଠାରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ଯାତ୍ରା ଆରମ୍ଭ, ଏଣ୍ଟ୍ରି ପଏଣ୍ଟ୍ ଉଦ୍ଘାଟନ କଲେ ଏସିଏଫ
ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲିଠାରୁ ଭିତରକନିକାକୁ ପର୍ଯ୍ୟଟକମାନଙ୍କ ଯିବା ପାଇଁ ଚାନ୍ଦବାଲି ଠାରେ ଏଣ୍ଟ୍ରି ପଏଣ୍ଟ ଉଦ୍ଘାଟନ କଲେ ଏସିଏଫ ସୁମିତ କୁମାର ମହାନ୍ତି । ଆଜିଠୁ ଆରମ୍ଭ ହେଲା ଚାନ୍ଦବାଲି ଠାରୁ ଜଳ ପଥରରେ 17 କିଲୋମିଟର ଭିତରକନିକା ପର୍ଯ୍ୟନ୍ତ ଜଳଯାତ୍ରା । କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ଚାନ୍ଦବାଲିଠାରୁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟନ୍ତ ଜଳଯାତ୍ରା ମେ' ମାସ 1 ତାରଖରୁ ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ଯାହାକି ଆଜି ବିଧିବଦ୍ଧ ଭାବେ ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ଉଦଘାଟନ କରାଯାଇଛି । ତେବେ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟ ଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି । ଯାହା ଫଳରେ ପର୍ଯ୍ୟଟକମାନେ ସୁବିଧାରେ ଚାନ୍ଦବାଲି ଠାରୁ ଭିତରକନିକା ଜାତୀୟ ଉଦ୍ୟାନ ସୁରକ୍ଷିତ ଭାବେ ଯାତାୟତ କରିପାରିବେ । ଏହାସହ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ବିଭିନ୍ନ ସୁବିଧା ସୁଯୋଗ ବନ ବିଭାଗ ପକ୍ଷରୁ କରାଯାଇଛି ।
ଇଟିଭି ଭାରତ, ଭଦ୍ରକ