ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା... ହରିବୋଲ ହୁଳହୁଳିରେ ପ୍ରକମ୍ପିତ ଗଗନପବନ - ରଥଯାତ୍ରା
ପୁରୀ:ବଡଦାଣ୍ଡରେ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତେ । ଚାଲିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି । ଆନନ୍ଦରେ ବିଭୋର ହୋଇ ନାଚୁଛନ୍ତି ଭକ୍ତ । ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ଗଗନପବନ । ହରିବୋଲ, ହୁଳହୁଳିରେ ଫାଟି ପଡୁଛି ବଡ଼ଦାଣ୍ଡ । କଳା ଶ୍ରୀମୁଖକୁ ଚାହିଁ ଭାବ ବିହ୍ବଳ ହେଉଛନ୍ତି ଭକ୍ତ । ବଡ଼ଦାଣ୍ଡରେ ଆଜି ଏକାକାର ଭକ୍ତ ଭଗବାନ । ଆହାଃ କି ଅପୂର୍ବ ଏ ଦୃଶ୍ୟ... ବିଶ୍ବନିୟନ୍ତାଙ୍କୁ ଦର୍ଶନ କରି ପବିତ୍ର ହେଉଛି ଚର୍ମଚକ୍ଷୁ । ସେପଟେ ତାଳଧ୍ବଜରେ ରୁଥାରୁଢ଼ ହୋଇଛନ୍ତି ବଡ଼ଠାକୁର ବଳଭଦ୍ର । ହଳଦୀମୁହିଁ ମାଆ ସୁଭଦ୍ରା ଦେବଦଳର ରଥରେ ବିଜେ କରିଛନ୍ତି । ପ୍ରଥମେ ସୁଦର୍ଶନ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ । ଏବେ କାଳିଆ ସାଆନ୍ତେ ମୁଣ୍ଡରେ ଟାହିଆ ଲଗାଇ ଝୁଲି ଝୁଲି ରଥକୁ ଆସୁଛନ୍ତି । ରଥରେ ବସି ମାଉସୀ ଘରକୁ ଯିବେ ମହାବାହୁ ।
ଇଟିଭି ଭାରତ, ପୁରୀ