ଓଡିଶା

odisha

ଗଡ଼ଖାଇ ପୁନରୁଦ୍ଧାର ପ୍ରସଙ୍ଗ

By

Published : Jul 14, 2023, 1:48 PM IST

ETV Bharat / videos

ଗଡ଼ଖାଇ ପୁନରୁଦ୍ଧାର ପ୍ରସଙ୍ଗରେ ସିଏମସି-ଏଏସଆଇ ତୁତୁ ମେ ମେ

କଟକ:ରୌପ୍ୟ ନଗରୀ କଟକର ଐତିହାସିକ ଗଡଖାଇ ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାମର ଅଗ୍ରଗତି ସମୀକ୍ଷା କରିଛନ୍ତି ସିଏମସି କମିଶନର, ମେୟର ସୁବାସ ସିଂ ଏବଂ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ । ଗଡ଼ଖାଇର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ କରୁଥିବା ବେଳେ ଦଳ ସଫେଇ ଓ ପରିମଳ କାର୍ଯ୍ୟ ମହାନଗର ନିଗମ କରୁଛି । ତେବେ ଦଳ ସଫେଇ କାର୍ଯ୍ୟ ପାଇଁ ମହାନଗର ନିଗମ ୩ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲାଣି, ହେଲେ ଏବେ ବି ଦଳ ସଫା ଅଧାପନ୍ତରିଆ ହୋଇପଡିଛି । ଏହି ପୁନରୁଦ୍ଧାର କାର୍ଯ୍ୟରେ ବିଳମ୍ବକୁ ନେଇ ଗୁରୁବାର ଏଏସଆଇ ଅଧିକାର ଓ ମେୟରଙ୍କ ଭିତରେ କଥା କଟାକଟି ହୋଇଥିବାର ଦେଖାଯାଇଛି । 

ଏଏସଆଇ ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବ କରୁଛି ବୋଲି ମେୟର ସୁବାସ ସିଂହ କହିଛନ୍ତି । ସିଏମସି ପକ୍ଷରୁ ଅର୍ଥ ଯୋଗାଇ ଦିଆଯିବା ସତ୍ତ୍ୱେ ଏଏସଆଇ ଏହି କାମରେ ଅହେତୁକ ବିଳମ୍ବ କରୁଥିବା ସିଏମସି ପକ୍ଷରୁ ଅଭିଯୋଗ ଅଣାଯାଇଛି । ସେପଟେ ଏଏସଆଇ ଅଧିକାରୀ କହିଛନ୍ତି ଯେ, ଗଡ଼ଖାଇରେ ବେଆଇନ ଭାବେ କଂକ୍ରିଟ ପାଚେରୀ ନିର୍ମାଣ ହୋଇଛି । ଏହା ନିୟମ ବିରୁଦ୍ଧ । କିଏ ଓ କାହାକୁ ପଚାରି ପାଚେରୀ କରାଗଲା ବୋଲି ସେ ମେୟରଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ଗଡ଼ଖାଇର କାମ ବିଳମ୍ବ ହେଲେ ବି ଉନ୍ନତମାନର କରାଯାଉଛି ବୋଲି କହିଛନ୍ତି  । 

ଇଟିଭି ଭାରତ, କଟକ

ABOUT THE AUTHOR

...view details