ଓଡିଶା

odisha

ଦୀର୍ଘ ବର୍ଷ ହେଲା ସରୁନି ପୋଲ ନିର୍ମାଣ କାର୍ଯ୍ୟ

By ETV Bharat Odisha Team

Published : Oct 28, 2023, 1:01 PM IST

ETV Bharat / videos

ଦୀର୍ଘ ବର୍ଷ ହେଲା ସରୁନି ପୋଲ ନିର୍ମାଣ କାର୍ଯ୍ୟ, ରାଜରାସ୍ତାରେ ଗ୍ରାମବାସୀଙ୍କ ବିକ୍ଷୋଭ

ରାଉରକେଲା:ବ୍ରିଜ ନିର୍ମାଣ ଦାବିରେ ତାତିଲେ ଗ୍ରାମବାସୀ । ରାଜରାସ୍ତାରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ଲୋକେ । ତେବେ ଦୀର୍ଘ ଦିନ ଧରି ଅଧାପନ୍ତରିଆ ଭାବେ ପଡିଥିବା ପୋଲର ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ଦାବି କରିଆସୁଥିଲେ ମଧ୍ୟ ସେମାନଙ୍କ ଦାବି ଶୁଣାଯାଉନଥିବା ଅଭିଯୋଗରେ ଆନ୍ଦୋଳନ କରିଛନ୍ତି ଶତାଧିକ ଗ୍ରାମବାସୀ । 

ଏହାମଧ୍ୟ ପଢନ୍ତୁ..୧୦ ବର୍ଷ ହେଲା ସରୁନି ପୋଲ କାମ, ତେଜୁଛି ଅସନ୍ତୋଷ

ତେବେ ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହର ଉପକଣ୍ଠ ଦେଓନଦୀ ଉପରେ ଝିରପାଣି ନିକଟରେ ମିଟକୁନ୍ଦୁରି ଠାରୁ ରିଉଁ ଗ୍ରାମକୁ ହେବାକୁ ଥିବା ପୋଲର ନିର୍ମାଣକାର୍ଯ୍ୟ ଅଧାପନ୍ତରିଆ ଭାବେ ଦୀର୍ଘ ଦିନ ହେଲା ପଡିରହିଛି । ବିଜୁ ସେତୁ ଯୋଜନା ଅଧିନରେ 2018 ଏହି କାମ ଆରମ୍ଭ ହୋଇଥିବା ବେଳେ 2020ରେ ଶେଷ ହେବା କଥା । ହେଲେ ଏବେ ସୁଦ୍ଧା ତାହା ହୋଇପାରିନାହିଁ । ଏହି ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସାରିବା ପାଇଁ ଦାବି ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଯାହାକୁ ନେଇ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ସ୍ଥାନୀୟବାସିନ୍ଦା । ଯଦି ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ନହୁଏ ତେବେ ଆନ୍ଦୋଳନ ଆହୁରୀ ବ୍ୟାପକ ହେବା ନେଇ ଚେତାବନୀ ଦିଆଯାଇଛି । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details