ଓଡିଶା

odisha

ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ, ମଣିଷ ବଦଳରେ ଲାଗୁଛି ମେସିନ

By

Published : Jul 15, 2023, 10:05 AM IST

ମନରେଗା ଯୋଜନାରେ ଦୁର୍ନୀତି


ଭବାନୀପାଟଣା: ମନରେଗା ଯୋଜନାରେ ଜାଲିଆତି ଅଭିଯୋଗ । ମଣିଷ ବଦଳରେ କରୁଛି କାମ ମେସିନ । ମନରେଗାରେ ଏଭଳି ଦୁର୍ନୀତିକୁ ବିରୋଧ କରି ବ୍ଲକ୍ ଅଫିସ ଘେରାଉ କଲେ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଏହି ଘଟଣା ଦେଖିବାକୁ ମିଳିଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ପଞ୍ଚାୟତ ମତୁଆଲଗୁଡ଼ା ଗାଁରେ ମନରେଗା ଯୋଜନାରେ ମଣିଷ ବଦଳରେ ମେସିନ କାମ କରୁଥିବା ଶ୍ରମିକ ଅଭିଯୋଗ ଆଣିଛନ୍ତି । ଲୋକେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଠିକାଦାର ମେସିନ ଲଗାଇ କାମ କରୁଛନ୍ତି । ଏହାର ପ୍ରତିବାଦର ମତୁଆଲଗୁଡ଼ା ଗାଁର ପାଖାପାଖି ୫୦ରୁ ୬୦ ଜଣ ଶ୍ରମିକ ଜୟପାଟଣା ବ୍ଲକ ଘେରାଉ କରିଛନ୍ତି  ।

ମନରେଗା ଯୋଜନା ଅଣକୁଶଳୀ ଶ୍ରମିକମାନଙ୍କୁ ରୋଜଗାର ଦେବା ପାଇଁ । ହେଲେ ଶ୍ରମିକ ବଦଳରେ ମେସିନ ଲଗାଇ କାମ କରୁଛନ୍ତି ଠିକାଦାରମାନେ । ପୋଖରୀ କାମରେ ମେସିନ ବ୍ୟବହାର ହେଉଥିବା ବେଳେ ଗାଁରେ ଥିବା ଶ୍ରମିକମାନଙ୍କୁ କାମ ଦେଉନଥିବା ଅଭିଯୋଗ ଆସିଛି । ଶ୍ରମିକଙ୍କ ମଜୁରୀ ଟଙ୍କା ଖାତାକୁ ଆସିବା ପରେ ସ୍ଥାନୀୟ GRSଙ୍କ ସହ ମିଶି ସଂପୃକ୍ତ ଠିକାଦାର ତାଙ୍କୁ ୧୦୦ କିମ୍ବା ୨୦୦ ଟଙ୍କା ଦେଇ ବାକି ସବୁ ପଇସା ଉଠାଇ ନେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ ପାଇଁ ଜୟପାଟଣା ବିଡିଓଙ୍କ ନିକଟରେ ଦାବି କରିଛନ୍ତି । ସେପଟେ ଏହି ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି ।
 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details