ବିଜୟା ଦଶମୀରେ ଉତ୍ସବ ମୁଖର ଫୁଲବାଣୀ, ସଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଲେ ସହରବାସୀ
Published : Oct 24, 2023, 10:43 PM IST
ଫୁଲବାଣୀ: ପାର୍ବଣର ଋତୁ ଧରାବତରଣ କରିଥିଲେ ଜଗତଜନନୀ ମା’ ଦୁର୍ଗା । ଆଜି ମା’ଙ୍କ ଷୋଡଶ ପୂଜାର ଅନ୍ତିମ ଦିବସ । ବିଜୟା ଦଶମୀ ପରେ ମା’ଙ୍କ କାଲି ଭସାଣି ଯାତ୍ରା । ତେବେ ଆଜି ମା’ଙ୍କୁ ଶେଷ ଦର୍ଶନ କରିବା ପାଇଁ ଗାଁ ଠୁ ସହର ସୁବୁଠି ଭିଡ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର କନ୍ଧମାଳ ଜିଲ୍ଲା । ତେବେ ଆଜି ଫୁଲବାଣୀ ସହରର ବିଭିନ୍ନ ମଣ୍ଡପ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେବୀ ଦୁର୍ଗାଙ୍କ ବିଜୟା ଦଶମୀ ଧୂମଧାମରେ ପାଳିତ ହେଉଛି । ଫୁଲବାଣୀ ସହରର ମାଦିକୁନ୍ଦା ଛକର ଭବାନୀ ମାର୍କେଟ୍, ସତ୍ୟସାଇ ହାଇସ୍କୁଲ ଛକ, ଶଗଡ଼ିଆସାହି, ଏଫ୍ସିଆଇ ଛକରେ ଦେବୀ ଦୁର୍ଗାଙ୍କ ଆକର୍ଷଣୀୟ ମେଢ଼ ସାଙ୍ଗକୁ ତୋରଣ ଭକ୍ତମାନଙ୍କୁ ଆକର୍ଷିତ କରିଥିଲା । ଚଳିତ ବର୍ଷ ସହରରେ ସମୁଦାୟ ସାତଟି ପୂଜାମଣ୍ଡପ ସ୍ଥାପିତ ହୋଇଥିଲା । ବିଭିନ୍ନ ମେଢ ବୁଲି ମା’ ଜଗତଜନନୀ ଦୁର୍ଗାଙ୍କ ଦର୍ଶନ କରିବା ସହ ପାର୍ବଣ ଓ ଉତ୍ସବର ମଜା ଉଠାଉଛନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ...ଶରଦୀୟ ଦୁର୍ଗା ପୂଜାର ଶେଷ ଦିନ, ମା’ଙ୍କୁ ଦର୍ଶନ କରି ଭାବବିହ୍ବଳ ଶ୍ରଦ୍ଧାଳୁ
ଇଟିଭି ଭାରତ, କନ୍ଧମାଳ