ଜଗତସିଂହପୁରରେ ପାଳନ ହେଲା ବିଜୟା ଦଶମୀ ଓ ରାବଣ ପୋଡି - ଜଗତସିଂହପୁରରେ ବିଜୟା ଦଶମୀ ଓ ରାବଣ ପୋଡି ପାଳନ
Published : Oct 25, 2023, 8:32 AM IST
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୟା ଦଶମୀ ଓ ରାବଣ ପୋଡି ଅନୁଷ୍ଠିତ ହୋଇଛି । ମଙ୍ଗଳବାର ରାତିରେ ଜଗତସିଂହପୁର ସହରର ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ସାମିଲ ହୋଇଥିଲେ ।
ଏହାମଧ୍ୟ ପଢନ୍ତୁ..ଢେଙ୍କାନାଳ ରାବଣ ପୋଡି ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଏହି କାର୍ଯ୍ୟକ୍ରମରେ ଥାନପତି କ୍ଲବ ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଜୟା ଦଶମୀ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ସୀତା ହରଣ, ଜଟାୟୁ ସହିତ ରାବଣର ଯୁଦ୍ଧ ଓ ପରେ ଭଗବାନ ରାମଙ୍କ ଦ୍ଵାରା ରାବଣ ବଦ୍ଧ ଅନୁଷ୍ଠିତ ହୋଇଥିଲା । ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ରାବଣର ଶରୀରରେ ଅଗ୍ନି ସଂଯୋଗ କରାଯାଇଥିଲା । ଏହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ଜୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଇଟିଭି ଭାରତ, ଜଗତସିଂହପୁର