ଓଡିଶା

odisha

Horse smoking in kedarnath

By

Published : Jun 23, 2023, 9:52 PM IST

ETV Bharat / videos

Animal Cruelty: ଘୋଡ଼ାକୁ ଜୋରଜବରଦସ୍ତ ସିଗାରେଟ ପିଆଇଲେ ମାଲିକ, ବଢିଲା ଜନ ଅସନ୍ତୋଷ

ଡେରାଡୁନ:ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥ ଧାମରେ ମନୁଷ୍ୟର ପାଶବିକ ଆଚରଣ ଦେଖିବାକୁ ମିଳିଛି । ଏଠାରେ ମାଲିକମାନେ ନିଜ ପାଳିତ ପଶୁ ପ୍ରତି କ୍ରୁରତା ଦେଖାଇଛନ୍ତି । ପଶୁଙ୍କୁ ଜୋରଜବରଦସ୍ତ ସିଗାରେଟ ପିଆଇବାଠୁ ଆରମ୍ଭ କରି ବାଡ଼ିରେ କଡ଼ା ପ୍ରହାର କରିବାକୁ ବି ପଛାଉ ନାହାନ୍ତି । ଶ୍ରଦ୍ଧାଳୁଙ୍କୁ ଧରି ପାହାଡ଼ ଉପରକୁ ଯାଉଥିବା ଘୋଡ଼ାକୁ କିଛି ମାଲିକ ସିଗାରେଟ ପିଆଉଥିବା ଦେଖିବାକୁ ମିଳିଛି । ଏପରିକି ଆଘାତପ୍ରାପ୍ତ ପଶୁଙ୍କୁ ବିଶ୍ରାମ ବା ଚିକିତ୍ସା ଯୋଗାଇବା ପରିବର୍ତ୍ତେ ସେମାନଙ୍କୁ କାମ କରାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଘୋଡ଼ା ମାଲିକ ଜୋରଜବରଦସ୍ତ ଧୂମପାନ କରାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ପଶୁ କ୍ରୁରତାକୁ ତଦାରଖ କରିବା ଲାଗି ପିଆରଡି ଯବାନ ଉକ୍ତ ସ୍ଥାନରେ ନିୟୋଜିତ ଅଛନ୍ତି । ଏପରି ଘଟଣାରେ ଗତବର୍ଷ ୧୯୦ ପଶୁଙ୍କ ମୃତ୍ୟୁ ଘଟିଛି ବୋଲି କହିଛନ୍ତି କେଦାରନାଥର ମୁଖ୍ୟ ପଶୁ ଚିକିତ୍ସିକ ଡ. ଅଶୋକ ପୱାର । 

ABOUT THE AUTHOR

...view details