ପ୍ରେମ ବିବାହ ପରେ ପରିବାରଠୁ ମିଳୁଛି ଧମକ, ଭିଡିଓ ଜାରି କରି ମାଗିଲେ ସୁରକ୍ଷା - ପୋଲିସ ଠାରୁ ସୁରକ୍ଷା ପାଇଁ ନିବେଦନ
ପାଟନା: ନିଜ ଇଚ୍ଛାରେ ଅନ୍ୟ ଜାତିରେ ପ୍ରେମ ବିବାହ ପରେ ପରିବାର ଲୋକଙ୍କ ଠାରୁ ମିଳୁଛି ଧମକ । ତେଣୁ ସେମାନେ ବାହାରେ ଆତ୍ମଗୋପନ କରିଛନ୍ତି । ହାତରେ ନିଜ ବିବାହର ପ୍ରମାଣପତ୍ର ଧରି ପୋଲିସ ଓ ପ୍ରଶାସନ ଠାରୁ ସୁରକ୍ଷା ମାଗି ଏକ ଭିଡିଓ ଜାରି କରିଛନ୍ତି ପ୍ରେମ ବିବାହ କରିଥିବା ନବଦମ୍ପତି । ଘଟଣାଟି ବିହାରର ଦରଭଙ୍ଗା ଜିଲ୍ଲାର ବାହେରୀ ଅଞ୍ଚଳର ବୋଲି କୁହାଯାଉଛି । ତେବେ ଏପରି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ସହ ସ୍ଥାନୀୟ ଅଞ୍ଚଳରେ ବେସ ଚର୍ଚ୍ଚା ସୃଷ୍ଟି କରିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:26 PM IST