କୁକୁଡା ଭ୍ୟାନକୁ ଗୋଡାଇଲା ହାତୀ, ଭିଡିଓ ଭାଇରାଲ - ନୀଳଗିରି ଜିଲ୍ଲାର ଗୁଦାଲୁର
ଚେନ୍ନାଇ: ତାମିଲନାଡୁର ନୀଳଗିରି ଜିଲ୍ଲାର ଗୁଦାଲୁରର ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଗତକାଲି ଏକ ହାତୀ ଗୁଦାଲୁରର ବଜାର ଅଞ୍ଚଳକୁ ଆସିଥିବା ଏକ ମିନି ଟ୍ରକ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏନେଇ ଭ୍ୟାନରେ ଯାତ୍ରା କରୁଥିବା ତିନି ଜଣ ଲୋକ ଭ୍ୟାନରୁ ବାହାରି ପଳାଇ ଯାଇଥିବା ଦେଖିକୁ ମିଳିଛି । ତେବେ ଏହି ଭ୍ୟାନଟି କୁକୁଡା ଭର୍ତ୍ତି ହୋଇଥିଲା । ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।
Last Updated : Feb 3, 2023, 8:38 PM IST