ବରଧାମନାଢି ଡ୍ୟାମର ଉଛୁଳିଲା ଜଳସ୍ତର, ଦେଖନ୍ତୁ ଦୃଶ୍ୟ - ବରଧାମନାଢି ଡ୍ୟାମ ଜଳସ୍ତର
Published : Nov 20, 2023, 7:50 PM IST
ଡିନଡିଗୁଲ/ତାମିଲନାଡୁ:ଫୁଲିଲା ବରଧାମନାଢି ଡ୍ୟାମ । ସର୍ବୋଚ୍ଚ ଜଳଧାରଣ କ୍ଷମତା 66.47 ଫୁଟ ଥିବାବେଳେ ଏବେ ଏହା ପାର କରିଛି । ଫଳରେ ଏବେ ଡ୍ୟାମରୁ ଉଛୁଳି ପାଣି । ଆଜି 20 ନଭେମ୍ବର ସୁଦ୍ଧା ଡ୍ୟାମର ଜଳସ୍ତର 66.47ରେ ପହଞ୍ଚିଛି । ଯାହାକି ସର୍ବାଧିକ । ଉପରେ ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଏବେ ଡ୍ୟାମ ଫୁଲିବାରେ ଲାଗିଛି । ଏହାସହ ପାଣି ଉଛୁଳି ଏବେ ତଳମୁଣ୍ଡକୁ ବ୍ୟାପିବାରେ ଲାଗିଛି । ବରଧାମନାଢି ଡ୍ୟାମ ତାମିଲନାଡୁର ଡିନଡିଗୁଲ ଜିଲ୍ଲା ଅନ୍ତର୍ଗତ ପଲାନି ବ୍ଲକରେ ଅବସ୍ଥିତ । ଏହାସହ କୋଏମ୍ବାଟୁର ଠାରୁ 106 କିମି, ମଦୁରାଇ ଠାରୁ 76 କିମି ଦକ୍ଷିଣ-ପୂର୍ବରେ ଅବସ୍ଥିତ । ବରଧାମନାଢି ଡ୍ୟାମ ତାମିଲନାଡୁର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ବେଳେ, ଡ୍ୟାମ ଦେଖିବାକୁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଦେଖନ୍ତୁ ଡ୍ରୋନ ଯୋଗେ ନିଆଯାଇଥିବା ବରଧାମନାଢି ଡ୍ୟାମର ଉଛୁଳା ପାଣିର ଦୃଶ୍ୟ । ଦେଖନ୍ତୁ ଦୃଶ୍ୟ