ଓଡିଶା

odisha

Uttarkashi Tunnel Collapsed: ମାଟି ତଳେ ଜୀବନ, ଚାଲିଛି ଉଦ୍ଧାର ପାଇଁ ଉଦ୍ୟମ

ETV Bharat / videos

Uttarkashi Tunnel Collapsed: ମାଟି ତଳେ ଜୀବନ, ଚାଲିଛି ଉଦ୍ଧାର ପାଇଁ ଉଦ୍ୟମ - ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣା

By ETV Bharat Odisha Team

Published : Nov 14, 2023, 5:00 PM IST

ଉତ୍ତରକାଶୀ/ଉତ୍ତରାଖଣ୍ଡ:ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣା। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଫସିଥିବା କାହାରିକୁ ଉଦ୍ଧାର କରାଯାଇ ପାରିନାହିଁ । 40 ଜଣ ଶ୍ରମିକ ଏହି ଟନେଲ ମଧ୍ୟରେ ଫସି ରହିଛନ୍ତି । ଏଥି ମଧ୍ୟରେ 5 ଜଣ ଓଡିଆ ଶ୍ରମିକ ମଧ୍ୟ ରହିଛନ୍ତି ।  ସମସ୍ତ ଭୌଗୋଳିକ ସ୍ଥିତିକୁ ମୁକାବିଲା କରି ଉନ୍ନତ ଜ୍ଞାନକୌଶଳ ଯନ୍ତ୍ରପାତି ଦ୍ବାରା  ଉଦ୍ଧାର ପାଇଁ ପ୍ରଶାସନ ଉଦ୍ୟମ କରୁଛି । ଆଜି ଉଦ୍ଧାର କାର୍ଯ୍ୟକୁ ଆହୁରି ତୀବ୍ର କରିବା ପାଇଁ ସେନା ହ୍ୟୁମ୍‌ ପାଇପ ଆଣିବା ସହିତ, ଡ୍ରିଲ୍‌ ମେସିନ ମଧ୍ୟ ଆଣିଛି । ଏହାସହ କୌଣସି ସ୍ଥିତିର ମୁକାବିଲା ପାଇଁ ଟେନଲ ପାଖରେ ଅସ୍ଥାୟୀ ମେଡିକାଲ ମଧ୍ୟ ସ୍ଥାପନ କରାଯାଇଛି । କୁହାଯାଉଛି ଘଟଣା ଦିନ ଦୁର୍ଘଟଣା ସ୍ଥଳରେ ହ୍ୟୁମ୍‌ ପାଇପ ବିଛା ଯାଇନଥିଲା । ଯଦି ପାଇପ ବିଛା  ଯାଇଥାନ୍ତା, ଏପର୍ଯ୍ୟନ୍ତ ଫଶି ଥିବା ଶ୍ରମିକ  ମାନେ ହ୍ୟମ ପାଇପ ଯୋଗେ ବାହାରକୁ ଆସିସାରିଥାନ୍ତେ । ତଥାପି ରାଜ୍ୟ ସରକାର, ସେନା, ପ୍ରଶାସନ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟକୁ ଯୋରଦାର କରୁଛନ୍ତି । ଏବେ ସାରା ଦେଶର ପ୍ରାର୍ଥନା ସୁରକ୍ଷିତ ଭାବେ ଉଦ୍ଧାର ହୁଅନ୍ତୁ ସମସ୍ତ ଶ୍ରମିକ । ଏନେଇ ଅଧିକ ସୂଚନା ଦେଇଛନ୍ତି ଉତ୍ତରକାଶୀର ଜିଲ୍ଲାପାଳ । ତା ସହିତ ଏହି ଘଟଣାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟର ବାରମ୍ବାର ସମୀକ୍ଷା କରୁଛନ୍ତି ।

For All Latest Updates

ABOUT THE AUTHOR

...view details