ଓଡିଶା

odisha

ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି

ETV Bharat / videos

୧୫ ଦିନ ହେଲା ଅନ୍ଧାରୀ ଟନେଲରେ ଶ୍ରମିକ; ଦେଖନ୍ତୁ ଦୁର୍ଘଟଣାସ୍ଥଳର ଦୃଶ୍ୟ

By ETV Bharat Odisha Team

Published : Nov 26, 2023, 12:32 PM IST

ଡେରାଡୁନ:ଦୁଇ ସପ୍ତାହ ହେଲା ଅନ୍ଧାରୀ ଟନେଲ ଭିତରେ ଜୀବନ ଅପେକ୍ଷାରେ ଅଛନ୍ତି ୪୧ ଶ୍ରମିକ । ଯଦିଓ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ହେଲେ ଡ୍ରିଲିଂରେ ବ୍ୟବହୃତ ଅଗର ମେସିନ ବାରମ୍ବାର ଖରାପ ହେଉଥିବାରୁ ଅପରେସନ୍‌ ଅଟକି ଯାଉଛି  । ଯେଉଁ କାରଣରୁ ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟ ଆହୁରି ବିଳମ୍ବ ହେବ ବୋଲି କହିଛନ୍ତି ଏନଡିଏମଏ ଅଧିକାରୀ । ଗତକାଲି ସନ୍ଧ୍ୟାରେ ଆମେରିକୀୟ ଅଗର ମେସିନ୍‌ ଯୋଗେ ଖନନ କରାଯାଉଥିବା ବେଳେ ରଡ୍ ଓ ପଥରରେ ବାଜି ମେସିନ ବ୍ଲେଡଗୁଡିକ ଭାଙ୍ଗିଯିବା ସହ ଏହାର ଏକ ଅଂଶ ପଥର ଭିତରେ ଅଟକି ରହିଯାଇଥିଲା  । ବର୍ତ୍ତମାନ ସେହି ଅଗର ମେସିନକୁ ପଥର କାଟି ବାହାର କରିବାକୁ ହାଇଦ୍ରାବାଦରୁ ପ୍ଲାଜମା କଟର ମେସିନ ଆସି ଉତ୍ତରକାଶୀରେ ପହଞ୍ଚିଛି  । ଏହିସବୁ ବାଧାବିଘ୍ନ କାରଣରୁ ଉଦ୍ଧାର କାର୍ଯ୍ୟ ଧିମେଇ ଯାଇଥିବା ବେଳେ ଟନେଲରେ ଆଜିଠୁ ମାନୁଆଲ ଡ୍ରିଲିଂ କରାଯିବ ବୋଲି ସୂଚନା ମିଳିଛି । ସେପଟେ ଦିନ ଯେତିକି ଗଡି ଚାଲୁଛି, ମାଟି ଅତଡା ତଳେ ଥିବା ଶ୍ରମିକମାନଙ୍କ ମନୋବଳ ମଧ୍ୟ ଭାଙ୍ଗିବାରେ ଲାଗିଛି  । ସେମାନଙ୍କ ପରିବାର ଲୋକେ ମଧ୍ୟ ଆଶା ଆଶଙ୍କା ଭିତରେ ରହିଛନ୍ତି  । ଦେଖନ୍ତୁ ଦୁର୍ଘଟଣାଗ୍ରସ୍ତ ଟନେଲ ପାଖରେ କେମିତି ଚାଲିଛି ଉଦ୍ଧାର କାର୍ଯ୍ୟ... 

ABOUT THE AUTHOR

...view details