ଓଡିଶା

odisha

Utkal Divas 2023

ETV Bharat / videos

Utkal Divas 2023: ବାଲୁକା ଚିତ୍ରକଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

By

Published : Apr 1, 2023, 9:00 AM IST

ପୁରୀ: ଆଜିର ଦିନ ପ୍ରତିଟି ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । 1936 ମସିହା ଆଜିର ଦିନରେ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ରାଜ୍ୟ ଭାବେ ଦେଶର ମାନଚିତ୍ରରେ ଶୋଭା ପାଇଥିଲା ଉତ୍କଳ ପ୍ରଦେଶ । ଏହାକୁ ମନେ ରଖିବା ପାଇଁ ଏପ୍ରିଲ 1ରେ ପ୍ରତିବର୍ଷ ପାଳନ ହୋଇଥାଏ ଉତ୍କଳ ଦିବସ । ଏହି  ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ଦେଶ ବିଦେଶରେ ଥିବା ପ୍ରତ୍ୟେକ ଓଡ଼ିଆଙ୍କୁ ଉତ୍କଳ ଦିବସ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ଏହି ବାଲୁକା ଚିତ୍ର କଳାକୁ ନିର୍ମାଣ କରିଛନ୍ତି ସୁଦର୍ଶନ । 

ଏହି ବାଲୁକା ଚିତ୍ର କଳାରେ ଶ୍ରୀମନ୍ଦିର, କୋଣାର୍କ, ହକି ଷ୍ଟାଡିୟମ୍, ଅଲିଭ ରିଡଲେ କଇଁଛ, ସମ୍ବଲପୁରୀ ବସ୍ତ୍ର ଭଳି ଓଡ଼ିଆର ପ୍ରସିଦ୍ଧ କଳା, କୀର୍ତ୍ତିରାଜିକୁ ସ୍ଥାନ ଦିଆଯାଇଛି । 1936 ମସିହା ଏପ୍ରିଲ 1 ତାରିଖରେ ପ୍ରଥମ ଭାଷା ଭିତ୍ତିକ ସ୍ଵତନ୍ତ୍ର ରାଜ୍ୟ ଭାବେ ଓଡିଶା ଗଠନ କରାଯାଇଥିଲା । ଓଡ଼ିଆ ବରପୁତ୍ର ମାନେ ଏହି କାର୍ଯ୍ୟ କରିଥିଲେ । ତାଙ୍କୁ ମନେପକାଇବା ପାଇଁ ଏବଂ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସ୍ମୃତି ରେ ପ୍ରତେକ ବର୍ଷ ଏପ୍ରିଲ 1 ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି । ଏଥି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସ୍ଥାନରେ ଉତ୍କଳ ଦିବସକୁ ଖୁବ ଧୁମଧାମରେ ପାଳନ କରାଯାଉଅଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details