ଓଡିଶା

odisha

ଉତ୍ତରପ୍ରଦେଶରେ ସାମୂହିକ ବିବାହ, ୩ହଜାରରୁ ଉର୍ଦ୍ଧ୍ବ ବର କନ୍ୟାଙ୍କ ପଡିଲା ହାତଗଣ୍ଠି

By

Published : Nov 25, 2022, 1:14 PM IST

Updated : Feb 3, 2023, 8:33 PM IST

ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଛି ସାମୂହିକ ବିବାହ ଯୋଜନା । ଏହି ଯୋଜନା ଅଧିନରେ ଏକା ସାଙ୍ଗରେ ପଡିଲା ୩ହଜାରରୁ ଅଧିକ ବର କନ୍ୟାଙ୍କ ହାତଗଣ୍ଠି । ଗୁରୁବାର ଗାଜିଆବାଦର କମଲା ନେହେରୁ ପାର୍କରେ ଗାଜିଆବାଦ, ହାପୁର ଏବଂ ବୁଲନ୍ଦସହରର ୩୦୦୩ଜଣ ବରକନ୍ୟାଙ୍କ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ବିବାହ କାର୍ଯ୍ୟକ୍ରମ ରାଜ୍ୟର ଶ୍ରମ ମନ୍ତ୍ରୀ ଅନିଲ ରାଜଭର, କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭି.କେ ସିଂ ଏବଂ ବହୁ ଜନ ପ୍ରତିନିଧି ଉପସ୍ଥିତ ରହି ନବ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ ।
Last Updated : Feb 3, 2023, 8:33 PM IST

ABOUT THE AUTHOR

...view details