ଓଡିଶା

odisha

unique marriage

ETV Bharat / videos

ମନର ପରିଭାଷା ପଢିଲେ ଦୁଇଟି ହୃଦୟ, ପଡ଼ିଲା ହାତଗଣ୍ଠି - ସାତ ଜନ୍ମର ସାଥୀ

By

Published : May 10, 2023, 8:12 PM IST

ବାଲେଶ୍ବର:ଯେତେବେଳେ ଦୁଇଟି ମନ ମିଶିଯାଏ ସେତେବେଳେ କୌଣସି ଜାତି କିମ୍ବା ଧନୀ ଗରୀବର ଭେଦଭାବ ରୁହେନା। ପ୍ରେମ ସତରେ ଏମିତି ଏକ ପରିଭାଷା ଯାହା ମୁହଁ ଖୋଲି ନ କହିଲେ ବି ହୃଦୟର ଭାଷାକୁ ଆଉ ଗୋଟିଏ ହୃଦୟ ଅତି ସହଜରେ ବୁଝିପାରେ। ମନ ମିଶିବା ପରେ ପ୍ରେମୀ ଯୁଗଳ କଥାରେ ଯେତିକି ଭାବ ପ୍ରକାଶ କରନ୍ତିନି ବରଂ ଉଭୟ ଉଭୟଙ୍କ ମନର ଭାଷା ପଢି ପାରନ୍ତି। ଠିକ ସେମିତି ଏବେ ଦୁଇଜଣ ଦିବ୍ୟାଙ୍ଗ ପ୍ରେମୀ ଯୁଗଳଙ୍କ ହୋଇଛି । ଉଭୟ ବାକ୍ ବାଧିତ ହୋଇଥିଲେ ମଧ୍ୟ ପରସ୍ପରଙ୍କ ମନ କଥା ପଢି ସାଥି ହୋଇଛନ୍ତି ସାତ ଜନ୍ମର ସାଥୀ । ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ହୋଇଛି ଏହି ନିଆରା ପ୍ରେମ ବିବାହ।  

ଏହି ନିଆରା ପ୍ରେମ ବିବାହରେ ନୟାଗଡ଼ ବର ସହିତ ବାଲେଶ୍ୱର କନିଆଁଙ୍କ  ଧୁମ ଧାମରେ ହୋଇଛି ବାହାଘର। ସୁଦୂର 300 କିଲୋମିଟର ନୟାଗଡ ଜିଲ୍ଲାରୁ ସୋମ୍ୟରଞ୍ଜନ ବର ବେଶ ସାଜି ବରଯାତ୍ରୀଙ୍କୁ ଧରି ବାଣ ରୋଷଣୀ ସହ ନିଜ ପସନ୍ଦ ର ରାଜ କୁମାରୀ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଲଷ୍ମଣକୁମାର ପଣ୍ଡାଙ୍କ କନ୍ୟା ଶୁଭଶ୍ରୀଙ୍କୁ ସାତ ଜନମର ସାଥି କରିବା ପାଇଁ ପହଞ୍ଚିଥିଲେ। ଏହି ବିବାହରେ ଦୁଲୁକି ଥିଲା ପୁରାପରିବେଶ, ଡିଜେ ତାଳେ ତାଳେସାଙ୍ଗ ମାନେ ନାଚି ଖୁସି ମନାଇଥିଲେ। ଉଭୟ ଶୁଭଶ୍ରୀ ଏବଂ ସୋମ୍ୟରଞ୍ଜନ ବାକ୍ ବାଧିତ ହୋଇଥିବା ବେଳେ ଠାରରେ ଠାରରେ ସେମାନଙ୍କ ମନର କଥା କହି ସାତ ଜନମର ସାଥି ହେବାପାଇଁ ନିଷ୍ପତ୍ତି ନେଇଥିଲେ।

ଉଭୟ ଭୁବନେଶ୍ୱର ସ୍ଥିତ କଲେଜରେ ପାଠ ପଢୁଥିବା ବେଳେ ସେହିଠାରେ ଉଭୟଙ୍କ ଭିତରେ ଗଢି ଉଠିଥିଲା ଏହି ନିଆରା ପ୍ରେମ ସମ୍ପର୍କ। ପରବର୍ତ୍ତୀ ସମୟରେ ଶୁଭଶ୍ରୀ ଏକ ଘରୋଇ ବିଦ୍ୟାଳୟ ରେ ଶିକ୍ଷକତା କରୁଥିବା ବେଳେ ସୋମ୍ୟରଞ୍ଜନ ବେଙ୍ଗାଲୁରୁ ରେ ଏକ କମ୍ପାନୀ ରେ କାର୍ଯ୍ୟ କରୁଥିଲେ। କଲେଜ କର୍ତ୍ତୃପକ୍ଷ ଙ୍କ ସହଯୋଗ ରେ ସୌମ୍ୟ ଙ୍କ ପରିବାର ଏବଂ ଶୁଭଶ୍ରୀ ଙ୍କ ପରିବାର ମଧ୍ୟ ରେ ବିବାହ ପ୍ରସ୍ତାବ ଦିଆଯାଇଥିଲା। ପରେ ଉଭୟ ପରିବାରର ସହମତି କ୍ରମେ ବୈଦିକ ରୀତି ନୀତି ଅନୁସାରେ ବିବାହ ଆୟୋଜନ ହୋଇଥିଲା। ମନର ମଣିଷକୁ ପାଇ ଉଭୟ ବେଶ ଖୁସି ଥିବା ବେଳେ ଏମିତି ଏକ ବିବାହକୁ ଆସିଥିବା ଅତିଥିମାନେ ମଧ୍ୟ ପ୍ରେମୀ ଯୁଗଳଙ୍କୁ ସାଧୁବାଦ ଜଣାଇଛନ୍ତି।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details