ଓଡିଶା

odisha

ଭାବବିହ୍ବଳ ରେଳମନ୍ତ୍ରୀ ଅଶ୍ବିନୀ

ETV Bharat / videos

ଚାଲିଲା ଟ୍ରେନ, ଭାବବିହ୍ବଳ ରେଳମନ୍ତ୍ରୀ ଅଶ୍ବିନୀ କହିଲେ ଦାୟିତ୍ବ ସରିନି

By

Published : Jun 5, 2023, 11:02 AM IST

Updated : Jun 5, 2023, 12:51 PM IST

ବାଲେଶ୍ବର:ବାହାନଗା ଭୟଙ୍କର ଛାତିଥରା ରେଳ ଦୁର୍ଘଟଣାର ଲୁହ ଆଜି ବି ଆଖିରୁ ଶୁଖିନାହିଁ । ଏବେ ବି ସେ ଛାତିଥରା ଦୃଶ୍ୟକୁ ଭୁଲି ପାରି ନାହାନ୍ତି ପ୍ରତ୍ୟକ୍ଷଦର୍ଶୀ । କେତେ ଯେ କୋଳ ଖାଲି କରିଛ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ତାର ଠିକାଣା ନାହିଁ ।  ଭୟଙ୍କର ରେଳ ଦୁର୍ଘଟଣାର 2 ଦିନ ପରେ ବାହାନଗା ରେଳ ଷ୍ଟେସନରୁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି । ସମସ୍ତଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ପ୍ରଥମେ ମାଲବାହୀ ଟ୍ରେନ ଓ ପରେ ଦୁଇଟି ଯାତ୍ରୀବାହୀ ଏକ୍ସପ୍ରେସ ଚଳାଚଳ କରିଛି । ରେଳ ଧାରଣା ମରାମତି ପରେ ଟ୍ରେନ ଚଳାଚଳ ପରେ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ସମୟରେ ଭାବ ବିହ୍ବଳ ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ତାଙ୍କ ସମ୍ପର୍କୀୟଙ୍କୁ ଯେତେ ଶୀଘ୍ର ସମ୍ଭବ ମିଳିବା ଦରକାର । ଏବେ ବି ଆମ ଦାୟ୍ବିତ୍ବ ସରିନାହିଁ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ସମୟରେ ସେ ତାଙ୍କ କୋହକୁ ଅଟକାଇ ପାରିନଥିଲେ ।

Last Updated : Jun 5, 2023, 12:51 PM IST

ABOUT THE AUTHOR

...view details